ପୁଣିଥରେ ଟିମ୍ ଇଣ୍ଡିଆର ଜଲୱା ଦେଖିଲା ପୂରା ବିଶ୍ୱ । ଦୃଷ୍ଟିହୀନ କ୍ରିକେଟ ବିଶ୍ୱକପ୍ ଫାଇନାଲରେ ଚିର ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ହରାଇ ବିଶ୍ୱ ଚାମ୍ପିୟନ ହୋଇଛି ଭାରତ । ଫାଇନାଲ ମ୍ୟାଚରେ ୨ ୱିକେଟରେ ପାକିସ୍ତାନକୁ ପରାସ୍ତ କରି ଲଗାତାର ଦ୍ୱତୀୟ ଥର ପାଇଁ ବିଶ୍ୱକପ ଚାମ୍ପିୟନ ହୋଇଛି ଟିମ୍ ଇଣ୍ଡିଆ ।

Advertisment

blind-cricket-team-pti.jpg.image.975.568ବିଶ୍ୱକପ ଫାଇନାଲର ରୋମାଞ୍ଚକର ମୁକାବିଲାରେ ଭାରତ ୩୮.୪ ଓଭରରେ ୮ ୱିକେଟ ହରାଇ ବିଜୟଲକ୍ଷ୍ୟ ହାସଲ କରିଥିଲା । ଭାରତ ପକ୍ଷରୁ ସୁନୀଲ ରମେଶ ୯୩ ଓ ଅଜୟ ରେଡ୍ଡୀ ୬୨ ରନ ହାସଲ କରିଥିଲେ । ଯାହା ଭାରତର ବିଜୟ ପାଇଁ ଯଥେଷ୍ଟ ଥିଲା । ଏହାପୂର୍ବରୁ ଭାରତ ପ୍ରଥମେ ଟସ୍ ପାକିସ୍ତାନକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଫାଇନାଲ ମୁକାବିଲାରେ ପାକିସ୍ତାନ ମଧ୍ୟ ଦମଦାର ଖେଳ ଦେଖାଇଥିଲା । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ନିର୍ଦ୍ଧାରିତ ୪୦ ଓଭରରେ ୮ ୱିକେଟ ହରାଇ ୩୦୭ ରନ କରିଥିଲା । ଆଉ ୩୦୮ ରନର ବିଜୟଲକ୍ଷ୍ୟ ଭାରତ ୮ ୱିକେଟ ହରାଇ ହାସଲ କରି ନେଇଥିଲା । ଭାରତ ପ୍ରଥମ ସେମିଫାଇନାଲ୍ ମ୍ୟାଚରେ ବାଂଲାଦେଶକୁ ୭ ଓ୍ଵିକେଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା। ସେହିଭଳି ପାକିସ୍ତାନ ୨ୟ ସେମିଫାଇନାଲରେ ଶ୍ରୀଲଙ୍କାକୁ ୧୫୬ ରନ୍ରେ ହରାଇ ଭାରତକୁ ଭେଟିଥିଲା।

ଭାରତ ପାକିସ୍ତାନକୁ ହରାଇ ଦ୍ୱିତୀୟ ଥର ପାଇଁ ଚାମ୍ପିୟନ ହୋଇଛି ।ଏହାପୂର୍ବରୁ ୨୦୧୪ରେ ଦକ୍ଷିଣ ଆଫ୍ରିକାରେ ଖେଳାଯାଇଥିବା ବିଶ୍ୱକପରେ ମଧ୍ୟ ବିଜୟୀ ହୋଇଥିଲା ଭାରତ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଭାରତ ଏହି ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହିଛି । ଲିଗ୍ ମ୍ୟାଚରେ ମଧ୍ୟ ପାକିସ୍ତାନକୁ ପରାସ୍ତ କରିଥିଲା ଟିମ୍ ଇଣ୍ଡିଆ । ଭାରତର ଏହି ବିଜୟ ପରେ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶକୁ ଗର୍ବିତ କରିଥିବାରୁ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି ମୋଦି ।