କାନପୁର: ଶେଷ ୫ ଓଭରରେ ବୋଲରଙ୍କ ପ୍ରଭାବକୁ ସମ୍ମୁଖୀନ ହୋଇ ପାରି ନ ଥିବା ନ୍ୟୁଜିଲାଣ୍ଡ ଉତ୍ତରପ୍ରଦେଶର କାନପୁରସ୍ଥିତ ଗ୍ରୀନପାର୍କ ଷ୍ଟାଡିୟମରେ ୬ ରନ୍ରେ ଭାରତ ଠାରୁ ପରାସ୍ତ ହୋଇଛି। ଦ୍ୱିତୀୟ ପାଳିରେ ୩୩୮ ରନ୍ ବିଜୟ ଲକ୍ଷ୍ୟ ନେଇ ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ ହରାଇ ୩୩୧ ରନ୍ ସଂଗ୍ରହ କରିଛି। ଏଥି ସହିତ ଭାରତ ୩ଟି ମ୍ୟାଚ ବିଶିଷ୍ଟ ଅନ୍ତିମ ଦିନିକିିଆରେ ବିଜୟୀ ହୋଇ ୨-୧ରେ ଶୃଙ୍ଖଳାକୁ ନିଜର ନାମରେ କରି ନେଇଛି। ଭାରତୀୟ ବୋଲର ଯଶପ୍ରିତ ବୁମରାଙ୍କୁ ୩ଟି ଓ ଚହଲଙ୍କୁ ୨ଟି ଓ୍ଵିକେଟ ମିଳିଛି। ସେହିଭଳି ଭୁବନେଶ୍ୱର କୁମାର ଗୋଟିଏ ଓ୍ଵିକେଟ ନେଇଥିଲେ।
Kanak News is now on WhatsApp
Join and get latest news updates delivered to you via WhatsApp
ନ୍ୟୁଜିଲାଣ୍ଡର ୭ମ ଓ୍ଵିକେଟ ୩୨୬ରନ୍ରେ ୪୯.୪ଓଭରରେ ଯଶପ୍ରିତ ବୁମରାଙ୍କ ବଲକୁ ସେଣ୍ଟନର, ଶିଖର ଧାଓ୍ଵାନଙ୍କୁ କ୍ୟାଚ ଦେଇଥିଲେ। ଭୁବନେଶ୍ୱର କୁମାର ୪୬.୫ଓଭରରେ ନ୍ୟୁଜିଲାଣ୍ଡ ୩୦୬ ରନ୍ରେ ଥିବା ବେଳେ ୫ମ ଓ୍ଵିକେଟରେ ହେନରି ନିକଲ୍ସ(୩୭)ଙ୍କୁ ବୋଲ୍ଡ କରିବା ପରେ ମ୍ୟାଚ ରୋମାଞ୍ଚକ ସ୍ଥିତିରେ ପହଞ୍ଚିଥିଲା। ଷଷ୍ଠ ଓ୍ଵିକେଟରେ ଲାଥାମ (୬୫ ରନ୍) ସଂଗ୍ରହ କରି ମହେନ୍ଦ୍ର ସିଂହ ଓ ଯଶପ୍ରିତ ବୁମରାଙ୍କ ଦ୍ୱାରା ରନ୍ ଆଉଟ ହୋଇଥିଲେ। ସେତେବେଳକୁ ୪୭.୫ ଓଭରରେ ନ୍ୟୁଜିଲାଣ୍ଡର ସ୍କୋର ୩୧୨ ରନ୍ ଥିଲା। ୨୪୭ ରନ୍ରେ ନ୍ୟୁଜିଲାଣ୍ଡ ୪ର୍ଥ ଓ୍ଵିକେଟ ଭାବରେ ରସ୍ ଟେଲର(୩୯)କୁ ୪୦.୧ଓଭରରେ ହରାଇଥିଲା। ଯଶପ୍ରିତ ବୁମରାଙ୍କ ବଲ କେଦାର ଯାଧବଙ୍କୁ କ୍ୟାଚ ଦେଇ ଟେଲର ଆଉଟ ହୋଇଥିଲେ।
ଭାରତର ୩ୟ ଶିକାର ହୋଇଥିଲେ ନ୍ୟୁଜିଲାଣ୍ଡର ଅଧିନାୟକ କେନ୍ ଓ୍ଵିଲିୟମସନ୍(୬୪)। ୨୮.୪ ଓଭରେ ୧୬୮ ରନ୍ ପରେ ଓ୍ଵିଲିୟମସନ୍ ବୋଲର ଯୁଜବେନ୍ଦ୍ର ଚହଲଙ୍କ ବଲ ଖେଳିବାକୁ ଯାଇ ଓ୍ଵିକେଟ କିପର ମହେନ୍ଦ୍ର ସିଂହ ଧୋନିଙ୍କୁ କ୍ୟାଚ ଦେଇଥିଲେ। ପୂର୍ବରୁ ନ୍ୟୁଜିଲାଣ୍ଡ ୧୫୩ ରନ୍ରେ ୨ୟ ଓ୍ଵିକେଟ(୨୪.୨ଓଭର)ରେ ହରାଇଥିଲା। କୋଲିନ ମୋନରୁ(୭୫)ଙ୍କୁ ଯୁଜବେନ୍ଦ୍ର ଚହର ବୋଲ୍ଡ କରିଥିଲେ।
ନ୍ୟୁଜିଲାଣ୍ଡ ୫.୧ ଓଭରରେ ୪୪ ରନ୍ରେ ପ୍ରଥମ ଓ୍ଵିକେଟ ହରାଇଥିଲା। ଭାରତର ଯଶପ୍ରିତ ବୁମରାଙ୍କ ୫୦ତମ ଦିନିକିଆ ଶିକାର ହୋଇଥିଲେ ନ୍ୟୁଜିଲାଣ୍ଡର ଓପନ୍ର ମାର୍ଟିନ ଗୁପଟିଲ୍। ଗୁପଟିଲ୍ ୧୪ଟି ବଲ ଖେଳି ୧୦ ରନ୍ ସଂଗ୍ରହ କରିବା ପରେ ଦିନେଶ କାର୍ତ୍ତିକଙ୍କୁ କ୍ୟାଚ ଦେଇଥିଲେ। ୭ଓଭରରେ ନ୍ୟୁଜିଲାଣ୍ଡ ଗୋଟିଏ ଓ୍ଵିକେଟ ହରାଇ ୫୦ ରନ୍ ସଂଗ୍ରହ କରିଥିଲା।
ପ୍ରଥମ ପାଳିରେ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି(୧୧୩) ଓ ଓପନର୍ ରୋହିତ ଶର୍ମା(୧୪୭)ଙ୍କ ଦମଦାର ବ୍ୟାଟିଂ ବଳରେ ଭାରତ ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ ହାରଇ ପ୍ରଥମ ପାଳିରେ ୩୩୭ ରନ୍ ସଂଗ୍ରହ କରିଛି। ଉତ୍ତରପ୍ରଦେଶର କାନପୁରସ୍ଥିତ ଗ୍ରୀନପାର୍କ ଷ୍ଟାଡିୟମରେ ରବିବାର କୋହଲି କ୍ୟାରିୟରର ୩୨ତମ ଶତକ ହାସଲ କରିଥିବା ବେଳେ ରୋହିତ କ୍ୟାରିୟରର ୧୫ତମ ଶତକ ହାସଲ କରିଛନ୍ତି। ୨୦୧୭ କ୍ୟାଲେଣ୍ଡର ବର୍ଷରେ ୧୦୦୦ ରନ୍ ପୂରା କରିଥିବା ବେଳେ କୋହଲି ୯୦୦୦ ରନ୍ ପୂରା କରିଛନ୍ତିି। ରୋହିତ ୧୭୨ତମ ଦିନିକିଆ ଖେଳିଥିବା ବେଳେ କୋହଲିଙ୍କ ଏହା ହେଉଛି ୨୦୨ ତମ ମ୍ୟାଚ। କେଦାର ଯାଧବ ୧୮ ରନ୍ ସଂଗ୍ରହ କରି ଇନିଂସର ଶେଷ ବଲରେ ଆଦାମ ମିଲେନଙ୍କ ବଲ ମାର୍ଟିନ ଗୁପଟିଲକୁ କ୍ୟାଚ ଦେଇଥିବା ବେଳେ ଦିନେଶ କାର୍ତ୍ତିକ(୪) ଅପରାଜିତି ହୋଇ ପାଭଲିୟନକୁ ଫେରିଥିଲେ।