କନକ ବ୍ୟୁରୋ: ଟୋକିଓ ଅଲିମ୍ପିକ୍ସ ପୁରଷ ହକିରେ ଭାରତର ଦମଦାର ବିଜୟ । ଜାପାନକୁ ୫-୩ ଗୋଲରେ ହରାଇଲା ଭାରତ । ଏହାସହ ଭାରତ ତାର ସମସ୍ତ ପୁଲ ମ୍ୟାଚ ଶେଷ କରିଛି । ପୁଲ ମ୍ୟାଚରେ ଭାରତ ୪ଟି ମ୍ୟାଚରେ ବିଜୟୀ ହୋଇଥିବା ବେଳେ ଗୋଟିଏ ମ୍ୟାଚରେ ପରାଜିତ ହୋଇଛି ।
ନ୍ୟୁଜିଲାଣ୍ଡ, ସ୍ପେନ, ଆର୍ଜେଣ୍ଟିନା ଓ ଜାପାନକୁ ଭାରତ ମାତ ଦେଇଥିବା ବେଳେ ଅଷ୍ଟ୍ରେଲିଆଠୁ ଭାରତ ପରାଜିତ ହୋଇଥିଲା । ଏହି ମ୍ୟାଚରେ ଅଷ୍ଟ୍ରେଲିଆଠୁ ୭-୧ ଗୋଲରେ ହାରିଥିଲା ଭାରତ । ଏବେ ଭାରତ ପୁଲ ମ୍ୟାଚର ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/07/42-2.jpg)