ବାଂଲାକୁ ମାତ୍ ଦେଲା ଟିମ୍ ଇଣ୍ଡିଆ । ୭ ୱିକେଟରେ ବାଂଲାଦେଶକୁ ପରାସ୍ତ କରି ଏସିଆ କପ୍ ଫାଇନାଲ ଆଡକୁ ପାଦ ବଢାଇଲା ଟିମ୍ ଇଣ୍ଡିଆ

48

କନକ ବ୍ୟୁରୋ : ଏସିଆ କପର ସୁପର -୪ର ପ୍ରଥମ ମୁକାବିଲାରେ ବାଲାଂଦେଶକୁ ୭ ୱିକେଟରେ ମାତ ଦେଇ ଫାଇନାଲ ଆଡକୁ ଆଉ ଗୋଟିଏ ପାଦ ଆଗକୁ ବଢାଇଛି ଭାରତ । ରୋହିତଙ୍କ  ଧୂଆଁଧାର ୮୩ ରନ ବଳରେ ଟିମ ଇଣ୍ଡିଆ ଏହି ମ୍ୟାଚରେ ସହଜ ବିଜୟ ହାସଲ କରିଛି । ମାତ୍ର ୧୭୪ ରନର ବିଜୟଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ରୋହିତ ବାହିନୀ ୧୨ ଓଭର ପୂର୍ବରୁ ବିଜୟ ହାସଲ କରିଛି ।

ସୁପର-୪ର ପ୍ରଥମ ମ୍ୟାଚରେ ଟସ୍ ଜିତି ଭାରତ ପ୍ରଥମେ ବାଂଲାଦେଶକୁ ବୋଲିଂ ପାଇଁ ଆମନ୍ତ୍ରଣ କରିଥିଲା । କ୍ୟାପଟେନଙ୍କ ନିଷ୍ପତିକୁ ମଧ୍ୟ ସଠିକ୍ ପ୍ରମାଣିତ କରିଥିଲେ ଭାରତୀୟ ବୋଲର । ବାଂଲାଦେଶକୁ ପ୍ରାରମ୍ଭିକ ଝଟକା ଦେଇ ମ୍ୟାଚରେ ବ୍ୟାକଫୁଟକୁ ଠେଲି ଦେଇଥିଲେ ଭାରତୀୟ ବୋଲର । ଯେଉଁଥିରୁ ଶେଷ ପର୍ଯ୍ୟନ୍ତ ମୁକୁଳି ପାରିନଥିଲା ବାଂଲାଦେଶ । ତେବେ ବାଂଲାଦେଶ ପାଇଁ ଘାତକ ସାଜିଥିଲେ ଦୀର୍ଘ ୧ ବର୍ଷ ପରେ ଟିମକୁ ଫେରିଥିବା ରବୀନ୍ଦ୍ର ଜାଡେଜା । ୪ଟି ୱିକେଟ ନେଇ ବାଂଲାଦେଶର ବ୍ୟାଟିଂ ମେରୁଦଣ୍ଡକୁ ଭାଙ୍ଗି ଦେଇଥିଲେ ଜାଡେଜା । ଆଉ ଏହାସହ ମୋଟ ୧୭୩ ରନରେ ଅଲଆଉଟ ହୋଇଥିଲା ବାଂଲାଦେଶ ।

୧୭୪ ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ଟିମ ଇଣ୍ଡିଆର ପ୍ରାରମ୍ଭିକ ଯୋଡି ରୋହିତ ଶର୍ମା ଓ ଶିଖର ଧୱନ ବେଶ ସର୍ତକତାର ସହ ଖେଳିଥିଲେ । ତେବେ ୪୦ ରନ କରି ଧୱନ ଆଉଟ ହେବା ପରେ ଅମ୍ବାତି ରାୟୁଡୁ ମଧ୍ୟ ସହଳ ପ୍ୟାଭିଲିୟନ ଫେରିଥିଲେ । ତେବେ ରୋହିତ ଶେଷ ପର୍ଯ୍ୟନ୍ତ କ୍ରିଜରେ ରହିବା ସହ ୮୩ ରନ କରି ଦଳକୁ ବଡ ବିଜୟ ଭେଟି ଦେଇଥିଲେ । ଟିମ୍ ଇଣ୍ଡିଆ ନିଜର ପରବର୍ତ୍ତୀ ମ୍ୟାଚରେ ପାକିସ୍ତାନକୁ ୨୩ ତାରିଖରେ ଭେଟିବ ।