କନକ ବ୍ୟୁରୋ : ଦିଲ୍ଲୀରେ ବିଜୟ ପତାକା ଉଡ଼ାଇଲା ଟିମ୍ ଇଣ୍ଡିଆ । ମାତ୍ର ତିନି ଦିନରେ ଖେଳ ଶେଷ । ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ୬ ୱିକେଟରେ ପରାସ୍ତ କରିଛି ଭାରତୀୟ କ୍ରିକେଟ ଦଳ । ଏହି ବିଜୟ ପରେ ୪ଟିକିଆ ଟେଷ୍ଟ ସିରିଜରେ ୨-୦ରେ ଆଗୁଆର ରହିଛି ଭାରତ । ମାତ୍ର ୧୧୫ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଭାରତୀୟ ଦଳ, ତୃତୀୟ ଦିନରେ ବିଜୟ ସହ ଖେଳ ଶେଷ କରିଛି ।

Advertisment

ଦ୍ୱିତୀୟ ଟେଷ୍ଟରେ ଅଷ୍ଟ୍ରେଲିଆ ଦଳ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ଦଳ ୨୬୩ରନ୍ ରନ୍ କରିଥିଲା । ଜବାବରେ ଭାରତୀୟ ଦଳ ତାର ପ୍ରଥମ ଇନିଂସରେ ୨୬୨ ରନ୍ରେ ସୀମିତ ରହିଥିଲା । ଏହା ପରେ ବଦଳିଯାଇଥିଲା ଖେଳର ମୋଡ଼ । ଦ୍ୱିତୀୟ ଇନିଂସରେ ଅଷ୍ଟ୍ରେଲିଆ ଦଳ ମାତ୍ର ୧୧୩ରେ ସୀମିତ ରହିଥିଲା । ଆଉ ଭାରତ ଆଗରେ ଥିଲା ୧୧୫ ରନର ବିଜୟ ଲକ୍ଷ୍ୟ । ଯାହାକୁ ମାତ୍ର ୨୭ ଓଭରରେ ସଂଗ୍ରହ କରିନେଇଥିଲା ଭାରତ ।