ଦିନିକିଆର ବଦଲା ଟି-ଟ୍ୱେଣ୍ଟିରେ । ବିରାଟ ବାହିନୀର ଘାତକ ବୋଲିଂରେ ଘାଇଲା ହେଲା କଙ୍ଗାରୁ ଦଳ । ୧୧ ରନରେ ପ୍ରଥମ ଟି-ଟ୍ୱେଣ୍ଟି ଜିତିଲା ଭାରତ

236

କନକ ବ୍ୟୁରୋ : ଦିନିକିଆର ବଦଲା ଟି-ଟ୍ୱେଣ୍ଟିରେ ନେଇଛି ଟିମ ଇଣ୍ଡିଆ । ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟି- ଟ୍ୱେଣ୍ଟିରେ ୧୧ ରନରେ ବିଜୟୀ ହୋଇଛି ଭାରତ । ଏହି ମ୍ୟାଚରେ ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଦେଖିବାକୁ ମିଳିଥିଲା । ଏହି ମ୍ୟାଚ ବିଜୟ ସହ ଭାରତ ଏବେ ୧-୦ରେ ଆଗୁଆ ରହିଛି ।

ଏହି ମ୍ୟାଚରେ ଅଷ୍ଟ୍ରେଲିଆ ପ୍ରଥମେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ପ୍ରଥମେ ବ୍ୟାଟିଂ ପାଇଁ ଆସିଥିଲା ଭାରତ । ଭାରତ ପକ୍ଷରୁ କେଏଲ ରାହୁଲ ୫୧, ରବିନ୍ଦ୍ର ଜାଡେଜା ୪୪ ଓ ସଞ୍ଜୁ ସାମସନ ୨୩ ରନ କରିଥିଲେ । ଫଳରେ ଦଳ ୨୦ ଓଭରରେ ୭ ୱିକେଟ ହରାଇ ୧୬୧ ରନ କରିଥିଲା ।

ହେଲେ ଏହି ବିଜୟ ଲକ୍ଷ୍ୟ ଅଷ୍ଟ୍ରେଲିଆ ପାଇଁ ସହଜ ମନେହେଉଥିଲା । କିନ୍ତୁ ଭାରତୀୟ ବୋଲଙ୍କ ଦମଦାର ବୋଲିଂରେ ପରାଜୟ ହୋଇଥିଲା କଙ୍ଗାରୁ ଦଳ । ଅଷ୍ଟ୍ରେଲିଆ ପକ୍ଷରୁ ଆରୋନ ଫିଞ୍ଚ ୩୫, ଆରସି ସଟ ୩୪ ଓ ହେନରିକ୍ସ ୩୦ ରନ କରିଥିଲେ । ଫଳରେ ଦଳ ୨୦ ଓଭରରେ ୭ ୱିକେଟ ହରାଇ ୧୫୦ ରନ କରିବାରେ ସକ୍ଷମ ହୋଇଥିଲା ।