ପୁରୁଷ ହକିରେ ଭାରତ ବିଜୟୀ : ଆର୍ଜେଣ୍ଟିନାକୁ ୩-୧ରେ ହରାଇଲା ଭାରତୀୟ ଦଳ

238

କନକ ବ୍ୟୁରୋ : ଭାରତୀୟ ପୁରୁଷ ହକିରେ ଟିମ୍ ଇଣ୍ଡିଆର ଜବରଦସ୍ତ ବିଜୟ । ଚାମ୍ପିଅନ୍ ଆର୍ଜେଣ୍ଟିନାକୁ ପରାସ୍ତ କରିଛି ଭାରତ । ୩-୧ରେ ଆର୍ଜେଣ୍ଟିନାକୁ ପରାସ୍ତ କରି ବିଜୟୀ ହୋଇଛି । ତୃତୀୟ କ୍ୱାର୍ଟରରେ ପ୍ରଥମ ଗୋଲ ଦେଇଥିଲା ଭାରତ । ଦଳ ପକ୍ଷରୁ ଭରୁଣ କୁମାର ପ୍ରଥମ ଗୋଲ ଦେଇଥିଲେ ।

ଏହା ପରେ ଏକ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିବର୍ତ୍ତନ କରିଥିଲେ ଆର୍ଜେଣ୍ଟିନା ଖେଳାଳି । ଭାରତ ପକ୍ଷରୁ ଦ୍ୱିତୀୟ ଗୋଲ ବିବେକ ପ୍ରସାଦ ଓ ତୃତୀୟ ଗୋଲ ହରମନପ୍ରିତ ସିଂହ ଦେଇଥିଲେ । ୫୩ ମିନିଟରେ ଏକ ଗୋଲକୁ ସେଭ୍ କରିଥିଲେ ଓଡ଼ିଆ ଖେଳାଳି ଅମିତ ରୋହିଦାସ୍ ।