କନକ ବ୍ୟୁରୋ : ରୋମାଞ୍ଚକର ମ୍ୟାଚରେ ଆଫଗାନିସ୍ତାନକୁ ୧୧ ରନରେ ପରାସ୍ତ କଲା ଭାରତ । ସାଉଥମ୍ପଟନରେ ଖେଳାଯାଇଥିବା ବିଶ୍ୱକପର ୨୮ତମ ମ୍ୟାଚରେ ସଂଘର୍ଷ କରି ଜିତିଲା ବିରାଟ ବାହିନୀ । ଏହି ବିଜୟ ସହ ବିଶ୍ୱକପରେ ନିଜ ବିଜୟଧାରା ବଜାୟ ରଖିଲା ଟିମ୍ ଇଣ୍ଡିଆ ।
ବିଶ୍ୱକପ୍ କ୍ରିକେଟରେ ଆଫଗାନିସ୍ତାନକୁ ମାତ୍ ଦେଇଛି ଟିମ୍ ଇଣ୍ଡିଆ । ସଂଘର୍ଷପୂର୍ଣ୍ଣ ମ୍ୟାଚ୍ରେ ଶେଷ ଓଭରରେ ଭାରତ ବିଜୟ ହାସଲ କରିଛି । ସାମିଙ୍କ ହ୍ୟାଟ୍ରିକ ଉଇକେଟ୍ ବଳରେ ଭାରତ ମ୍ୟାଚ୍ ବିଜୟୀ ହୋଇଛି । ଭାରତ ୨୨୪ ରନ୍ କରିଥିବା ବେଳେ ଆଫଗାନିସ୍ତାନ କଡା ଟକ୍କର ଦେଇଥିଲା । ଭାରତ ପକ୍ଷରୁ ଅଧିନାୟକ ବିରାଟ କୋହଲି ସର୍ବାଧିକ ୬୭ ରନ୍ କରିଥିଲେ । କେଦାର ଯାଦବ ୫୨ ରନ୍ କରିଥିଲେ । ସେହିପରି ରାହୁଲ ୩୦ ଏବଂ ଶଙ୍କର ୨୯ ରନ୍ କରିଥିଲେ ।
ଲଢୁଆ ବ୍ୟାଟିଂ କରି ମଧ୍ୟ ଭାରତ ଠାରୁ ଆଫଗାନିସ୍ତାନ ହାରିଛି । ଅନ୍ତିମ ଓଭରରେ ମହମ୍ମଦ ସାମିଙ୍କୁ ଘାତକ ବୋଲି ଯୋଗୁଁ ଆଇସିିସି (ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ) ବିଶ୍ୱକପ୍ର ୨୮ତମ ମ୍ୟାଚ୍କୁ ଭାରତ ୧୧ ରନ୍ରେ ଜିତିଛି । ମହମ୍ମଦ ସାମି ୯.୫ ଓଭର ବୋଲି କରି ୪୦ ରନ୍ ଦେଇଛନ୍ତି । ଏଥି ସହିତ ସାମି ନିଜର ଶେଷ ଓଭରରେ ହ୍ୟାଟ୍ରିକ୍ ଓ୍ଵିକେଟ୍ ନେଇଛନ୍ତି । ସେ ଗୋଟିଏ ମେଡେନ ନେଇ ୪ଟି ଓ୍ଵିକେଟ ନେଇଛନ୍ତି । ଆଫଗାନିସ୍ତାନ ୪୯.୫ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୨୧୩ ରନ୍ କରିଛି ।
ଦ୍ୱିତୀୟ ଇନିଂସରେ ଆଫଗାନିସ୍ତାନ ୨୨୫ ରନ୍ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିଲା । ଟିମ୍ ନିଜର ଓପନ୍ର ଦ୍ୱୟଙ୍କୁ ୬୪ ରନ୍ରେ ହରାଇଥିଲା । ପ୍ରଥମ ଓ୍ଵିକେଟ ଭାବେ ୨୦ ରନ୍ରେ ହଜରତୁଲ୍ଲାଙ୍କୁ ମହମ୍ମଦ ସାମି ଆଉଟ୍ କରିଥିଲେ । ପାଣ୍ଡ୍ୟାଙ୍କ ଦ୍ୱାରା ଆଫଗାନିସ୍ତାନ ଅଧିନାୟକ ଗୁଲାବଦୀନ ନାଇବ ଆଉଟ୍ ହୋଇ ପାଭଲିଅନ୍ ଫେରିଥିଲେ । ଆଫଗାନିସ୍ତାନ ସ୍କୋର ୧୦୬ ରନ୍ରେ ୩ୟ ଓ ୪ର୍ଥ ଓ୍ଵିକେଟ ହରାଇଥିବା ବେଳେ ଭାରତର ବୋଲର ୟୁଜବେନ୍ଦ୍ର ଚହଲ ପଂଚମ ଓ୍ଵିକେଟ ନେଇଥିଲେ ।