କନକ ବ୍ୟୁରୋ: ଏସିଆ କପର ମହାମୁକାବିଲାରେ ମୁହାଁମୁହିଁ ହେଉଛନ୍ତି ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ । ପାଲେକେଲରେ ଚାଲିଥିବା ଏହି ମ୍ୟାଚରେ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ଟିମ୍ ଇଣ୍ଡିଆ । ନିରାଶ କରିଛନ୍ତି ଅଧିନାୟକ ରୋହିତ ଶର୍ମା ଓ ଅଭିଜ୍ଞ ବିରାଟ କୋହଲି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା ଭାରତ । ପଂଚମ ଓଭର ଚାଲିଥିବା ବେଳେ ବର୍ଷା ଯୋଗୁଁ ମ୍ୟାଚ୍ ବନ୍ଦ ହୋଇଥିଲେ । ତେବେ ପୁନର୍ବାର ମ୍ୟାଚ୍ ଆରମ୍ଭ ହେବା ପରେ ଆଫ୍ରିଦି ଲଗାତର ଦୁଇ ଓଭରରେ ରୋହିତ ଓ କୋହଲିଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ । ଶ୍ରେୟସ ଆୟର ଆକ୍ରମଣାତ୍ମକ ଆରମ୍ଭ କରିଥିଲେ । କିନ୍ତୁ ସେ ମଧ୍ୟ ବେଶୀ ସମୟ କ୍ରିଜରେ ତିଷ୍ଠି ପାରିନାହାନ୍ତି । ହେଲେ ପୁନର୍ବାର ବର୍ଷା ଯୋଗୁଁ ମ୍ୟାଚ୍ ବନ୍ଦ ରହିଛି । ଉକ୍ତ ମ୍ୟାଚରେ ଭାରତୀୟ ଚୂଡ଼ାନ୍ତ ଏକାଦଶରୁ ବାଦ୍ ପଡ଼ିଛନ୍ତି ମହମ୍ମଦ ଶାମି । ତାଙ୍କ ସ୍ଥାନରେ ଖେଳୁଛନ୍ତି ଶାର୍ଦ୍ଦୁଲ ଠାକୁର । ତେବେ ପାକିସ୍ତାନ ଗତକାଲି ଚୂଡ଼ାନ୍ତ ଏକାଦଶ ଘୋଷଣା କରିସାରିଥିଲା ।