୫୪ରୁ ଅଧିକ ଚାଇନିଜ ଆପ୍ ବ୍ୟାନ୍: ଗୋପନୀୟତାକୁ ଦୃଷ୍ଟିରେ ନିଷ୍ପତ୍ତି ନେଲେ କେନ୍ଦ୍ର ସରକାର

272

କନକ ବ୍ୟୁରୋ: ୫୪ରୁ ଅଧିକ ଚାଇନିଜ ଆପ୍ଲିକେସନକୁ ବ୍ୟାନ୍ କଲେ କେନ୍ଦ୍ର ସରକାର । ସୁରକ୍ଷା ଏବଂ ଗୋପନୀୟତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏପରି ପଦକ୍ଷେପ ନେଇଛନ୍ତି । ବ୍ୟାନ ତାଲିକାରେ ଆଲି ବାବା, ଟେନସେଂଟ ଏବଂ ନେଟ୍ ଇଜ ଭଳି କମ୍ପାନୀର ଆପ୍ଲିକେସନ ରହିଛି । ବ୍ୟାନ ହୋଇଥିବା ଆପ୍ଲିକେସନ ଗୁଡିକ ମୁଖ୍ୟତଃ ବ୍ୟୁଟି କ୍ୟାମେରା, ସୁଇଟି ସେଲଫି, ଗେମିଂ ଆପ୍ ଏବଂ ମୋବାଇଲ ଭିଡିଓ ଏଡିଟିଂ ଆପ୍ ରହିଛି ।

ପୂର୍ବରୁ ମଧ୍ୟ କେନ୍ଦ୍ର ସରକାର ଏପରି ଆପକୁ ବ୍ୟାନ କରିଥିଲେ । ଏହି ଆପ ଗୁଡିକ ଗୁଗୁଲ ପ୍ଲେ ଷ୍ଟୋରରେ ଉପଲବ୍ଧ ଥିଲା । ଏହାକୁ ମିଶାଇ କେନ୍ଦ୍ର ସରକାର ୨୨୪ ଚାଇନିଜ ଆପକୁ ବ୍ୟାନ କରିଛନ୍ତି । ୨୦୨୦ ଜୁନରେ ଗଲୱାନ ଘାଟିରେ ଭାରତ ଏବଂ ଚୀନ୍ ସେନା ମୁହାଁମୁହିଁ ହୋଇଥିଲେ । ଏହାପରେ କେନ୍ଦ୍ର ସରକାର ଚାଇନିଜ ଆପ ଗୁଡିକ ଗୁଇନ୍ଦାଗିରି କରୁଥିବା ଜାଣିବାକୁ ପାଇଥିଲେ ।