କନକ ବ୍ୟୁରୋ: ୫୪ରୁ ଅଧିକ ଚାଇନିଜ ଆପ୍ଲିକେସନକୁ ବ୍ୟାନ୍ କଲେ କେନ୍ଦ୍ର ସରକାର । ସୁରକ୍ଷା ଏବଂ ଗୋପନୀୟତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏପରି ପଦକ୍ଷେପ ନେଇଛନ୍ତି । ବ୍ୟାନ ତାଲିକାରେ ଆଲି ବାବା, ଟେନସେଂଟ ଏବଂ ନେଟ୍ ଇଜ ଭଳି କମ୍ପାନୀର ଆପ୍ଲିକେସନ ରହିଛି । ବ୍ୟାନ ହୋଇଥିବା ଆପ୍ଲିକେସନ ଗୁଡିକ ମୁଖ୍ୟତଃ ବ୍ୟୁଟି କ୍ୟାମେରା, ସୁଇଟି ସେଲଫି, ଗେମିଂ ଆପ୍ ଏବଂ ମୋବାଇଲ ଭିଡିଓ ଏଡିଟିଂ ଆପ୍ ରହିଛି ।
ପୂର୍ବରୁ ମଧ୍ୟ କେନ୍ଦ୍ର ସରକାର ଏପରି ଆପକୁ ବ୍ୟାନ କରିଥିଲେ । ଏହି ଆପ ଗୁଡିକ ଗୁଗୁଲ ପ୍ଲେ ଷ୍ଟୋରରେ ଉପଲବ୍ଧ ଥିଲା । ଏହାକୁ ମିଶାଇ କେନ୍ଦ୍ର ସରକାର ୨୨୪ ଚାଇନିଜ ଆପକୁ ବ୍ୟାନ କରିଛନ୍ତି । ୨୦୨୦ ଜୁନରେ ଗଲୱାନ ଘାଟିରେ ଭାରତ ଏବଂ ଚୀନ୍ ସେନା ମୁହାଁମୁହିଁ ହୋଇଥିଲେ । ଏହାପରେ କେନ୍ଦ୍ର ସରକାର ଚାଇନିଜ ଆପ ଗୁଡିକ ଗୁଇନ୍ଦାଗିରି କରୁଥିବା ଜାଣିବାକୁ ପାଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/Chinese-apps-banned.jpg)