କରୋନା ପ୍ରଭାବ : ବାତିଲ ହେଲା ଭାରତ-ବାଂଲାଦେଶ ଟ୍ରେନ ସେବା , ସେପଟେ ୭ ଦେଶକୁ ବିମାନ ଉଡାଣ ବାତିଲ କଲା ଏୟାର ଇଣ୍ଡିଆ

କରୋନା ପ୍ରଭାବ : ବାତିଲ ହେଲା ଭାରତ-ବାଂଲାଦେଶ ଟ୍ରେନ ସେବା , ସେପଟେ ୭ ଦେଶକୁ ବିମାନ ଉଡାଣ ବାତିଲ କଲା ଏୟାର ଇଣ୍ଡିଆ

କରୋନା ସ୍ଥିତିକୁ ନଜରରେ ରଖି ଭାରତ ଓ ବାଂଲାଦେଶ ମଧ୍ୟରେ ବାତିଲ ହୋଇଛି ଟ୍ରେନ୍ ସେବା । ଭାରତ ଓ ବାଂଲାଦେଶ ମଧ୍ୟରେ ଚାଲୁଥିବା ମୈତ୍ରୀ ଟ୍ରେନ୍ କୁ ବର୍ତ୍ତମାନ ପାଇଁ ବାତିଲ କରାଯାଇଛି । ମୈତ୍ରୀ ଏକ୍ସପ୍ରେସ୍ କୋଲକାତାରୁ ବାଂଲାଦେଶ ରାଜଧାନୀ ଢାକାକୁ ଯାଇଥାଏ । ଭାରତ ପରି ବାଂଲାଦେଶରେ ମଧ୍ୟ କରୋନା ସ୍ଥିତି ଜାହିର କରିସାରିଛି । ତେଣୁ କରୋନା ସଂକ୍ରମଣକୁ ପ୍ରତିହତ କରିବାକୁ ବର୍ତ୍ତମାନ ପାଇଁ ଭାରତ-ବାଂଲାଦେଶ ମଧ୍ୟରେ ଟ୍ରେନ୍ ଚଳାଚଳକୁ ବାତିଲ କରାଯାଇଛି ।

publive-image

ଖାଲି ଟ୍ରେନ୍ ନୁହଁ କରୋନା ସ୍ଥିତିକୁ ନଜରରେ ରଖି ବିଦେଶକୁ ବିମାନ ସେବା ମଧ୍ୟ ପ୍ରଭାବିତ ହୋଇଛି । ଏୟାର ଇଣ୍ଡିଆ କୁଏତ ଓ ଇଟାଲିକୁ ବିମାନ ଚଳାଚଳ ବାତିଲ୍ କରିଛି । ଦକ୍ଷିଣ କୋରିଆ, ଫ୍ରାନ୍ସ, ଜର୍ମାନୀ, ଇସ୍ରାଏଲ ଓ ଶ୍ରୀଲଙ୍କାକୁ ଏପ୍ରିଲ ୩୦ ଯାଏଁ ବିମାନ ଚଳାଚଳକୁ ବନ୍ଦ ଘୋଷଣା କରିଛି ଏୟାର ଇଣ୍ଡିଆ । ଭାରତକୁ ସମୁଦାୟ ୧୬ ଟି ବିଦେଶୀ ଏୟାରଲାଇନ୍ସ ଏବଂ ୪୯୨ ଟି ଅନ୍ତର୍ଜାତୀୟ ବିମାନ ବନ୍ଦ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe