କନକ ବ୍ୟୁରୋ : ଆସନ୍ତାକାଲି ଭାରତ ବନ୍ଦ ଡାକରା ଦେଇଛି ଭାରତୀୟ କୃଷକ ମୋର୍ଚ୍ଚା । କୃଷକଙ୍କ ବନ୍ଦ ଡାକରାକୁ ଓଡିଶାର ୭ଟି ରାଜନୈତିକ ଦଳ ସମର୍ଥନ ଜଣାଇଛନ୍ତି । ପିସିସି ସଭାପତି କହିଛନ୍ତି, ବନ୍ଦ ପାଳନକୁ କଂଗ୍ରେସ ଦୃଢ ସମର୍ଥନ ଦେବେ, ତେବେ ଅତ୍ୟାବଶ୍ୟକ ସେବା ଉପରେ କଟକଣା ରହିବ ନାହିଁ ।
ସେହିପରି ବିଜେଡି କହିଛି, ଚାଷୀଙ୍କ ସହ ଦଳ ସବୁ ବେଳେ ରହିଛି, ସଂସଦରେ ଏମଏସପି ପ୍ରସଙ୍ଗ ମଧ୍ୟ ଜୋରଦାର ଭାବେ ଉଠାଇଛି । ଏହାର ଜବାବ ଦେଇ ବିଜେପି କହିଛି, କଂଗ୍ରେସ ଓ ବାମ ଦଳ ନିଜ ରାଜନୈତିକ ପତିଆରା ବଜାୟ ରଖିବାକୁ ଏପରି ବନ୍ଦ, ଆନ୍ଦୋଳନ କରିଥାନ୍ତି, ଏହାର କୌଣସି ପ୍ରଭାବ ପଡିବ ନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/09/31-33.jpg)