ପଞ୍ଜାବ ଓ ମଧ୍ୟପ୍ରଦେଶ ସମତେ ୨୨ଟି ରାଜ୍ୟରେ ଆଜିଠାରୁ ଚାଷୀମାନେ ଆନ୍ଦୋଳନ କରିବା ଆରମ୍ଭ କରିଦେଇଛନ୍ତି । ଅନ୍ୟପଟେ ରାଷ୍ଟ୍ରୀୟ କିଶାନ ମଜଦୁର ମହାସଂଘ ଅଧ୍ୟକ୍ଷ ମଧ୍ୟ ଏହି ଆନ୍ଦୋଳନକୁ ବ୍ୟାପକ କରିବା ପାଇଁ ଡାକରା ଦେଇଛନ୍ତି । ଏଏନଆଇ ରିପୋର୍ଟ ମୁତାବକ ରାଷ୍ଟ୍ରୀୟ କିଶାନ ମଜଦୁର ମହାସଂଘ ଅଧ୍ୟକ୍ଷ ଶିବ କୁମାର ଶର୍ମା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ମହାସଂଘ ସହିତ ୧୩୦ଟି ଚାଷୀ ସଂଗଠନର ସମର୍ଥନ ଅଛି ଯାହାକୁ ନେଇ ଏବେ ଦେଶବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଶିବ ଶର୍ମା । ତେଣୁ ଆନ୍ଦୋଳନର ନାଁ “ଗାଁ ବନ୍ଦ” ବୋଲି ରଖାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି କିଶାନ ମହାସଂଘ । ମହାସଂଘ ସହିତ ଦେଶବ୍ୟାପୀ ଜଡିତ ଥିବା ଚାଷୀ ସଂଗଠନମାନେ ଆସନ୍ତା ୧୦ ତାରିଖ ଦିନ ଭାରତ ବନ୍ଦ ଡାକରାକୁ ସଫଳ କରାଇବା ପାଇଁ ମହାସଂଘ ସଭାପତି ଆହ୍ୱାନ କରିଛନ୍ତି ।

Advertisment

publive-imageଏହି ଆନ୍ଦୋଳନ ସେହି ଚାଷୀ ମାନଙ୍କ ଉଦ୍ଦେଶ୍ୟରେ କରିଯିବ ଯେଉଁମାନେ କି ଗତ ବର୍ଷ ଚାଷ କ୍ଷେତ୍ରରେ ସହିଥିବା ଅନେକ କ୍ଷତି କାରଣରୁ ଆତ୍ମହତ୍ୟା କରିଛନ୍ତି । ତେଣୁ ଜୁନ ୧ ତାରିଖ ଠାରୁ ଯେ ପର୍ୟ୍ୟନ୍ତ ତାଙ୍କ ଦାବିକୁ କେନ୍ଦ୍ର ସରକାର ପୁରଣ କରି ନାହାଁନ୍ତି ସେ ପର୍ୟ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛି ମହାସଂଘ । ଏହି ଆନ୍ଦୋଳନରେ ବିଭିନ୍ନ ରାଜ୍ୟର କିଶାନ ସଂଗଠନର ନେତାମାନଙ୍କୁ ଗାଁରୁ ସହରକୁ ଆସୁଥିବା କ୍ଷୀର, ପନି ପରିବା, ଭଳି ଚାଷ ଉତ୍ପାଦିତ ଦ୍ରବ୍ୟକୁ ଆଣିବାକୁ ବାରଣ କରାଯାଇଛି ।

ତେବେ ଏହି ଆନ୍ଦୋଳନ ପଛରେ ୨୦୧୪ରୁ ଚାଷୀ ଉପକ୍ରମ ଜିନିଷ ଉପରେ ଲଗାତାର ଭାବେ ସରକାର ମୁଲ୍ୟ ହ୍ରାସ କରାଉଛନ୍ତି । ୨୦୦୭ ମସିହାରେ କେନ୍ଦ୍ରରେ ଥିବା କଂଗ୍ରେସ ସରକାର ସେତେବେଳେ ସ୍ୱାମୀନାଥନ କମିଟିକୁ ସୁପାରିଶ କରିଥିଲା । ଯେଉଁଥିରେ ଚାଷୀମାନଙ୍କ ତାଙ୍କ ଉତ୍ପାଦିତ ଦ୍ରବ୍ୟର ସଠିକ ମୁଲ୍ୟ, ଏବଂ ଚାଷୀଙ୍କୁ ପେନସନ ଭଳି ସୁବିଧା ଯୋଗାଇ ଦେବା ପାଇଁ କମିଟିରେ ସୁପାରିଶ ହୋଇଥିଲେ ମଧ୍ୟ ଏ ପର୍ୟ୍ୟନ୍ତ ତାହା ଲାଗୁ କରାଯାଉ ନାହିଁ ବୋଲି ମହାସଂଘ ଅଭିଯୋଗ କରିଛି । ୨୦୧୪ ପୂର୍ବରୁ କଂଗ୍ରେସ ଯେଉଁଭଳି ଭାବେ ଚାଷୀଙ୍କୁ ପ୍ରତାରିତ କରୁଥିଲା । ୨୦୧୪ରେ କ୍ଷମତାକୁ ଆସିବା ପରେ ଚାଷୀଙ୍କ ଭବିଷ୍ୟତ ଉଜ୍ଜ୍ୱଳ କରିଦେବାର ପ୍ରତିଶ୍ରୁତି ଦେଇଥିବା ମୋଦିସରକାର ଚାଷୀଙ୍କ ତଣ୍ଟି ଚିପି ହତ୍ୟା କରୁଥିବା ଅଭିଯୋଗ କରିଛନ୍ତି ସଂଘର ସଭାପତି ଶିବ କୁମାର ଶର୍ମା ।