ଏସିଆନ ଗେମ୍ସରେ ପ୍ରଥମଥର ପାଇଁ ସ୍ଥାନ ପାଇଲା ତାସ ଖେଳ ! ଭାରତ କଲା କମାଲ ।

215

ଓଡିଶାରେ ତାସ ଖେଳର ଚାହିଦା ବେଶ୍ ଅଧିକ । କେବଳ ଓଡିଶା ନୁହେଁ ସାରା ଭାରତରେ ତାସ ଖେଳ ବେଶ୍ ପପୁଲାର ହୋଇପାରିଛି । ଲୋକମାନେ ତାସରେ ବିଭିନ୍ନ ପ୍ରକାର ଖେଳ ଖେଳିଥାନ୍ତି । ସେଥି ମଧ୍ୟରୁ ମାଗ, ତିନ ପତି, ନାଟିସ ଏବଂ ଟ୍ୱଣ୍ଟି ନାଇନ୍ ଭଳି ଖେଳ ଖେଳାଯାଇଥାଏ । ପ୍ରତିଟି ଶ୍ରେଣୀର ଲୋକ ଏହି ଖେଳିଥାଏ । ସେ ଗଛ ତଳେ ହେଉ ଅବା ରାସ୍ତା କଡରେ ହେଉ ସବୁଆଡେ ଏହି ଖେଳ ଖେଳାଯାଇଥାଏ । କିନ୍ତୁ ବୋଧ ହୁଏ ଆପଣ ଜାଣିନଥିବେ ଏହି ଖେଳକୁ ପ୍ରଥମଥର ପାଇଁ ଏବେ ଏସିଆନ ଗେମ୍ସରେ ସ୍ଥାନ ଦିଆଯାଇଛି । କେବଳ ସେତିକି ନୁହେଁ ଭାରତର ଦୁଇଜଣ ବ୍ୟକ୍ତି ଏସିଆନ ଗେମ୍ସରେ ତାସ ଖେଳରେ ଭାଗ ନେଇ ସ୍ୱର୍ଣ୍ଣ ପଦକ ହାସଲ କରିପାରିଛନ୍ତି ।

ସୂଚନା ମୁତାବକ, ଭାରତର ଦୁଇଜଣ ବ୍ୟକ୍ତି ପ୍ରଣବ ବର୍ଧନ(୬୦) ଏବଂ ଶିବନାଥ(୫୬) ଏସିଆନ ଗେମ୍ସରେ ତାସ ଖେଳରେ ଭାଗ ନେଇ ପ୍ରଥମ ସ୍ଥାନ ଅଧିକାର କରିବା ସହ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଏହି ଦୁଇଜଣ ଯେଉଁ ତାସ ଖେଳରେ ଭାଗ ନେଇଥିଲେ ସେହି ଖେଳକୁ ବ୍ରିଜ୍ କୁହାଯାଏ । ସବୁଠାରୁ ବଡ କଥା ହେଉଛି ପ୍ରଣବ ଏବଂ ସିବନାଥଙ୍କ ଯୋଡିକୁ ଛାଡିଦେଲେ ଭାରତର ଆଉ ଦୁଇ ଯୋଡି ମଧ୍ୟ ଏସିଆନ ଗେମ୍ସରେ ଭାଗ ନେଇଥିଲେ । କିନ୍ତୁ ଏହି ପ୍ରତିଯୋଗୀତାରେ ଏହି ଦୁଇ ଯୋଡିଙ୍କୁ ୩୩୩ ପଏଣ୍ଟ ମିଳିଥିଲା ଏବଂ ଏହି ଯୋଡି ୫ମ ନମ୍ବରରେ ରହିଥିଲେ ।