କନକ ବ୍ୟୁରୋ : ଆଜି ଠାରୁ ଭାରତ - ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ । ଆଡିଲେଡରେ ପିଙ୍କ୍ ବଲରେ ଖେଳାଯିବ ପ୍ରଥମ ମ୍ୟାଚ୍ । ଏହି ମ୍ୟାଚ୍ ଦିବାରାତ୍ର ରହିବ । ପିଙ୍କ୍ ବଲ୍ ଟେଷ୍ଟ ପାଇଁ ଘୋଷଣା ହୋଇଛି ଭାରତୀୟ ଦଳ । ବିରାଟଙ୍କ ନେତୃତ୍ୱରେ ଦଳ ପଡିଆକୁ ଓହ୍ଲାଇବ । ପୃଥ୍ୱୀ ସ, ମୟଙ୍କ ଅଗ୍ରୱାଲ. ଚେତେଶ୍ୱର ପୂଜାରା, ଆଜିଜ୍ଞା ରାହାଣେ, ହନୁମା ବିହାରୀ, ରିଦ୍ଧିମାନ ଶାହା ୱିକେଟ୍ କିପର ଦଳରେ ସ୍ଥାନ ପାଇଛନ୍ତି । ଦଳରେ ଏକମାତ୍ର ସ୍ପିନର ଆର ଅଶ୍ୱିନ୍ ଅଛନ୍ତି । ସେହିପରି ୩ ଜଣ ପେସର ବୁମରା, ସାମି ଓ ଉମେଶ ଯାଦବଙ୍କୁ ସ୍ଥାନ ମିଳିଛି । ରାହୁଲ, ଶୁଭମନ୍ ଗିଲ, ପନ୍ତଙ୍କୁ ପ୍ରଥମ ଟେଷ୍ଟରେ ବାହାରେ ରଖାଯାଇଛି । ଟି ୨୦
ସିରିଜରେ ପରାଜୟ ହାସଲ କରିଥିବା ଘରୋଇ କଙ୍ଗାରୁ ଦଳ , ପିଙ୍କ୍ ବଲ ଟେଷ୍ଟ ରେ ପ୍ରତିଶୋଧ ନେବାକୁ ଯୋଜନା ରଖିଛି । ସେଥିପାଇଁ ଏଥର ଟେଷ୍ଟ ସିରିଜ କୋହଲି ବାହିନୀ ପାଇଁ ଚ୍ୟାଲେଂଜ ରହିବ । ବିଶେଷ କରି ଭାରତୀୟ ଶୀର୍ଷ ବ୍ୟାଟସ୍ ମ୍ୟାନଙ୍କ ଧୌର୍ଯ୍ୟର ପରୀକ୍ଷା ନେବେ କଙ୍ଗାରୁ ପେସ୍ ବୋଲର । ତେବେ ପିଙ୍କ୍ ବଲ ଟେଷ୍ଟରେ ବର୍ତମାନ ସୁଦ୍ଧା କଙ୍ଗାରୁ ଦଳ ୭ଟି ମ୍ୟାଚ୍ ଖେଳି ୭ଟିରେ ବିଜୟ ହାସଲ କରିଛି । ଭାରତ କେବଳ ଗୋଟିଏ ମ୍ୟାଚ୍ ଖେଳି ବିଜୟ ହାସଲ କରିଛି । କଙ୍ଗାରୁ ଦଳ ଗୋଲାପି ଲଢେଇରେ ବିଜୟ ହାରରେ ଅଧିକ ରହିଛି ।
ଅଷ୍ଟ୍ରେଲିଆ ଦଳ : ଟିମ୍ ପେନ୍ (ଅଧିନାୟକ ଓ ୱିକେଟରକ୍ଷକ), ଜୋ ବର୍ନସ, ପ୍ୟାଟ୍ କମିନ୍ସ, କାମେରନ୍ ଗ୍ରିନ୍, ମାର୍କସ ହାରିସ୍, ଜୋସ୍ ହାଜେଲଉଡ୍, ଟ୍ରାଭିସ୍ ହେଡ୍, ମୋଜେସ ହେନରିକ୍ସ, ମାର୍ନସ ଲବୁସାନ୍, ନାଥନ୍ ଲାୟନ୍, ମାଇକେଲ୍ ନେସର୍, ଜେମ୍ସ ପାଟିନସନ୍, ଷ୍ଟିଭେନ୍ ସ୍ମିଥ୍, ମିଚେଲ୍ ଷ୍ଟାର୍କ, ମିଚେଲ୍ ସ୍ବିପସନ୍, ମାଥ୍ୟୁ ୱାଦେ।
ଭାରତ ଚୂଡାନ୍ତ ଏକାଦଶ : ମୟଙ୍କ ଅଗ୍ରୱାଲ, ପୃଥ୍ବୀ ସ’, ଚେତେଶ୍ବର ପୂଜାରା, ବିରାଟ କୋହଲି (ଅଧିନାୟକ), ଆଜିଙ୍କ୍ୟ ରହାଣେ, ହନୁମା ବିହାରୀ, ରିଦ୍ଧିମାନ ଶାହା (ୱିକେଟ୍ରକ୍ଷକ), ରବିଚନ୍ଦ୍ରନ୍ ଅଶ୍ବିନ୍, ଉମେଶ ଉମେଶ ଯାଦବ, ମହମ୍ମଦ ସାମି ଏବଂ ଯଶ୍ପ୍ରୀତ୍ ବୁମ୍ରା।