କାଲି ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟ । ବିଜୟ ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବ ଭାରତ । ଡେବ୍ୟୁ କରିବେ ଶୁଭମନ ଗିଲ, ମହମ୍ମଦ ସିରାଜ

121

କନକ ବ୍ୟୁରୋ : କାଲି ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଖେଳାଯିବ । ଏହି ମ୍ୟାଚରେ ଭାରତୀୟ ଟିମରେ କିଛି ପରିବର୍ତ୍ତନ ହୋଇଛି । ଦଳ ଏହି ମ୍ୟାଚରେ ବିଜୟ ଲକ୍ଷ୍ୟରେ ରହିବ । କାରଣ ୪ଟିକିଆ ମ୍ୟାଚ ବିଶିଷ୍ଟ ସିରିଜରେ ଅଷ୍ଟ୍ରେଲିଆ ୧-୦ରେ ଆଗୁଆ ରହିଛି । ଏହି ମ୍ୟାଚରେ ଯଦି ଅଷ୍ଟ୍ରେଲିଆ ବିଜୟୀ ହୁଏ ତେବେ ଦଳ ୨-୦ରେ ଆଗୁଆ ରହିବ । ଆଉ ସିରିଜ ବରାବର ସ୍ଥିତିକୁ ଚାଲିଯିବ । ତେଣୁ ଏହି ସିରିଜକୁ ନିଜ ପକ୍ଷକୁ ଆଣିବାକୁ ହେଲେ ଭାରତକୁ ଦ୍ୱିତୀୟ ଟେଷ୍ଟ ଜିତିବାକୁ ହେବ ।

ଦ୍ୱିତୀୟ ଟେଷ୍ଟରେ ବିରାଟ କୋହଲିଙ୍କ ବଦଳରେ ଆଜିଙ୍କ୍ୟ ରାହାଣେଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି । ଏହାସହ ଶୁଭମନ ଗିଲ ଓ ମହମ୍ମଦ ସିରାଜ ଏହି ମ୍ୟାଚ ଜରିଆରେ ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିବେ । ଅନପକ୍ଷ୍ୟରେ ରଦ୍ଧିମାନ ଶାହାଙ୍କ ନୈରାଶ୍ୟ ଜନକ ପ୍ରଦର୍ଶନ ଯୋଗୁଁ ତାଙ୍କ ବଦଳରେ ରିଷବ ପନ୍ତଙ୍କୁ ସ୍ଥାନ ମିଳିଛି ।

ଭାରତୀୟ ଦଳ : ଆଜିଙ୍କ୍ୟ ରାହାଣେ (ଅଧିନାୟକ), ମୟଙ୍କ ଅଗ୍ରୱାଲ, ଶୁଭମନ ଗିଲ୍, ଚେତେଶ୍ୱର ପୂଜାରା(ଉପ ଅଧିନାୟକ), ହନୁମା ବିହାରୀ, ରିଷବ ପନ୍ତ(ୱିକେଟ କିପର), ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନୀ, ଉମେଶ ଯାଦବ, ଯଶପ୍ରିତ ବୁମରାହ, ମହମ୍ମଦ ସିରାଜ ।