ପ୍ରଥମ ଦିନରେ ୩୦୦ରେ ଅଟକିଲା ଅଷ୍ଟ୍ରେଲିଆ ! ପଦାର୍ପଣରେ କୁଲଦୀପଙ୍କ ଚମକ

22

କନକ ବ୍ୟୁରୋ : ଭାରତ-ଅଷ୍ଟ୍ରେଲିଆ ଅନ୍ତିମ ଟେଷ୍ଟର ପ୍ରଥମ ଦିନରେ ୩୦୦ ରନରେ ସବୁ ଉଇକେଟ ହରାଇ ଅଟକିଛି କଙ୍ଗାରୁ ଦଳ । ବାମହାତୀ ବୋଲର କୁଲଦୀପ ଯାଦବଙ୍କ କଳାତ୍ମକ ସ୍ପିନ୍ ପାଇଁ ଧର୍ମଶାଳାରେ ଖେଳା ଯାଉଥିବା ଏହି ମ୍ୟାଚ ନାଟକୀୟ ମୋଡ ନେଇଛି । ଏହା କିଛି ମାତ୍ରାରେ ବିରାଟ କୋହଲିଙ୍କ ନଖେଳିବା କ୍ଷତିକୁ ଭରଣା କରିଛି ।

ଭାରତର ଓପନିଂ ବ୍ୟାଟ୍ସମ୍ୟାନ ଯୋଡି ଲୋକଶେ ରାହୁଲ ଓ ମୂରଲୀ ବିଜୟ ଅପରାଜିତ ଅଛନ୍ତି । ତେବେ ମ୍ୟାଚର ଫଳାଫଳ ଏବେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଉପରେ ନିର୍ଭର କରୁଛି । ଗାଭାସ୍କର ଟ୍ରଫି ହାତେଇବା ପାଇଁ ଏହା ନିର୍ଣ୍ଣାୟକ ଟେଷ୍ଟ ।