କନକ ବ୍ୟୁରୋ: ରବିବାର ବିଶ୍ୱକପରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ । ଚେନ୍ନାଇର ଚିଦାମ୍ବରମ ଷ୍ଟାଡିୟମରେ ଦିନିକିଆ ରାଙ୍କିରେ ଏକ ନମ୍ବର ଦଳ ସହ ୩ ନମ୍ବର ଦଳ ମଧ୍ୟରେ ମ୍ୟାଚ ଖେଳାଯିବ । ଡେଙ୍ଗୁରେ ପୀଡିତ ଥିବା ଶୁଭମନ ଗିଲ ପୁରା ସୁସ୍ଥ ହୋଇନଥିରୁ ତାଙ୍କ ସ୍ଥାନରେ ଇସାନ କିଶାନଙ୍କୁ ଓପନିଂ କରିବା ନେଇ ସୂଚନା ମଳିଛି । ଅଧିନାୟକ ରୋହିତ ଶର୍ମାଙ୍କ ସହ ଇସାନ ଓପନିଂ କରିବେ । ବିରାଟ କୋହଲି, ଶ୍ରେୟସ ଆୟର, ଲୋକେଶ ରାହୁଲ, ହାର୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜାଙ୍କ ଭଳି ବ୍ୟାଟିଂ ଲାଇନଅପ ଭାରତ ପାଖରେ ଅଛି । ସେହିପରି ଅଷ୍ଟ୍ରେଲିଆର ଡେଭିଡ ୱାର୍ଣ୍ଣର, ଷ୍ଟିଭ ସ୍ମିଥ, ଟ୍ରାଭିସ୍ ହେଡ, ମିଚେଲ ମାର୍ସ, ଗ୍ଲେନ ମାକ୍ସୁଏଲ, କ୍ୟାମରନ ଗ୍ରୀନ, ଷ୍ଟୋଇନିସ୍ଙ୍କ ଭଳି ବ୍ୟାଟିଂ ଲାଇନ ଅପ ଅଛି । ତେଣୁ ମ୍ୟାଚରେ ବଡ଼ ସ୍କୋର ସହ ରୋମାଂଚକର ଖେଳ ଦେଖିବାକୁ ମିଳିବ ବୋଲି ଆଶାକରାଯାଉଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ଚେନ୍ନାଇ ଷ୍ଟାଡିୟମ ସ୍ପିନରଙ୍କୁ ସୁହାଉଥିବାରୁ ଭାରତ ଦୁଇଟି ସ୍ପିନର ବଦଳରେ ତିନି ଜଣଙ୍କୁ ନେଇ ପଡିଆକୁ ଓହ୍ଲାଇବ ବୋଲି କୁହାଯାଉଛି । ଟିମରେ ସାମିଲ ହୋଇଥିବା ରବିଚନ୍ଦ୍ରନ ଅଶ୍ୱୀନୀଙ୍କର ଏହା ହୋମ ଗ୍ରାଉଣ୍ଡ ହୋଇଥିବାରୁ ଅଶ୍ୱୀନୀଙ୍କୁ ଦଳରେ ସାମିଲ କରାଯାଇପାରେ । ସେହିପରି ଅଲରାଉଣ୍ଡର ସ୍ପିନର ରବୀନ୍ଦ୍ର ଜାଦେଜା ଏବଂ କୁଲଦୀପ ଯାଦବ ମଧ୍ୟ ଖେଳିବେ । ପେସ ବୋଲର ଭାବେ ଯଶପ୍ରିତ ବୁମ୍ରା ଏବଂ ମହମ୍ମଦ ସିରାଜ ଟିମରେ ରହିପାରନ୍ତି । ଅଷ୍ଟ୍ରେଲିଆର ଆଡମ ଜାମ୍ପାଙ୍କ ସହ ଷ୍ଟିଭ ସ୍ମିଥ, କ୍ୟାମରେନ ଗ୍ରୀନ, ଗ୍ଲେନ ମାକ୍ସୁଏଲଙ୍କ ଭଳି ସ୍ପିନର ଦଳରେ ଅଛନ୍ତି । ତେଣୁ ଉଭୟ ବ୍ୟାଟିଂ ଏବଂ ବୋଲିଂ କଡା ଟକ୍କର ଦେଖିବାକୁ ମିଳିବ ।
୨୦୨୦ରୁ ୨୦୨୩ ମଧ୍ୟରେ ଅଷ୍ଟ୍ରେଲିଆ ଇଣ୍ଡିଆ ମଧ୍ୟରେ ୬ ଟି ମ୍ୟାଚ ଖେଳଯାଇଥିବା ବେଳେ ଉଭୟ ୩ଟି ଲେଖାଏଁ ମ୍ୟାଚରେ ବିଜୟୀ ହୋଇଛନ୍ତି । ତେବେ କ୍ରିକେଟର ଦୁଇ ଚିର ପ୍ରତିଦ୍ୱନ୍ଦୀ ଅଷ୍ଟ୍ରେଲିଆ ଏବଂ ଇଣ୍ଡିଆ ମ୍ୟାଚ ଦେଖିବାକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି କ୍ରିକେଟ ପ୍ରେମୀ ।