କନକ ବ୍ୟୁରୋ: ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା । ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ । ୫ ଥରର ଚାମ୍ପିଅନ୍ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବ ଭାରତ । ଆଜିର ମ୍ୟାଚ୍ରେ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିପାରେ । ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ରେ ମ୍ୟାଚ୍ ଖେଳାଯିବ । ଉଭୟ ଦଳଙ୍କ ମଧ୍ୟରେ ୧୧ ଦିନ ପୂର୍ବରୁ ଖେଳାଯାଇଥିବା ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଯେଉଁଠି ଶେଷ ହୋଇଥିଲା, ସେହିଠାରୁ ବିଶ୍ୱକପ୍ ଯାତ୍ରା ଆରମ୍ଭ ହେବ । ଓପନର ଶଭୁମନ ଗିଲ ଡେଙ୍ଗୁରେ ପୀଡ଼ିତ ରହିଥିବାରୁ ଘରୋଇ ଦଳକୁ ଚିନ୍ତାରେ ପକାଇଛି । ତାଙ୍କ ସ୍ଥାନରେ ଓପନର ଭାବେ ଇଶାନ କିଷନଙ୍କୁ ଖେଳାଯାଇପାରେ । ସେହିପରି ଅଷ୍ଟ୍ରେଲିଆର ଅଲରାଉଣ୍ଡର ମାର୍କସ୍ ଷ୍ଟଇନିସ୍ ମଧ୍ୟ ଆହତ ସମସ୍ୟା ଦେଇ ଗତି କରୁଛନ୍ତି

Advertisment