ଅଷ୍ଟ୍ରେଲିଆକୁ ୭ଓ୍ଵିକେଟରେ ହରାଇ ପୁଣି ଥରେ ନମ୍ବର ଓ୍ଵାନ୍‌ ଟିମ୍‌ ଇଣ୍ଡିଆ !

39

କନକ ବ୍ୟୁରୋ : ଟିମ୍‌ ଇଣ୍ଡିଆର ଓପନର ରୋହିତ ଶର୍ମା(୧୨୫) ଓ ଆଜିଙ୍କ୍ୟ ରାହାଣେ(୬୧)ଙ୍କ ଧୂରନ୍ଧର ବ୍ୟାଟିଂ ବଳରେ ଭାରତ ୭ଓ୍ଵିକେଟରେ ୫ମ ତଥା ଶେଷ ଦିନିକିଆ ମ୍ୟାଚକୁ ଅଷ୍ଟ୍ରେଲିଆ ବିପକ୍ଷରେ ଜିଣିଛି। ଭାରତ ୪-୧ରେ ଶୃଙ୍କଳା ଜିତିବା ସହିତ ଆଇସିସି ଦିନିକିଆ ର‍୍ୟାକିଂର ଏକ ନମ୍ବରକୁ ଫେରିଛି। ମହାରାଷ୍ଟ୍ରର ନାଗପୁର ବିଦର୍ଭ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ମ୍ୟାଚରେ ନିଜ କ୍ୟାରିୟରର ୧୪ତମ ଶକତ ହାସଲ କରିଛନ୍ତି ରୋହିତ ଶର୍ମା। ସେ ଛକା ସହାୟତାରେ ଏହା ପୂରଣ କରିଛନ୍ତି। ଶେଷ ତଥା ୫ମ ଦିନିକିଆ ମ୍ୟାଚରେ ୨୪୩ରନ ବିଜୟ ଲକ୍ଷ୍ୟ ନେଇ ୨ୟ ପାଳି ଆରମ୍ଭ କରିଥିବା ଭାରତ ୪୨.୫ଓଭରରେ ୨୪୩ରନ୍‌ ସଂଗ୍ରହ କରିଛି। ଓପନର ରେହିତ ୧୬୯ତମ ମ୍ୟାଚରେ ଆଜିଙ୍କ୍ୟ ରାହାଣେଙ୍କ ସହିତ ପ୍ରଥମ ଓ୍ଵିକେଟରେ ୧୨୪ରନ୍‌ ଯୋଗଦାନ ଦେଇଥିଲେ। କେଦାର ଜାଧବ(୫) ଓ ମନୀଷ ପାଣ୍ଡେ(୧୧) ଅପରାଜିତ ଫେରିଥିଲେ।

ପୂର୍ବରୁ ଅଷ୍ଟ୍ରେଲିଆର ବୋଲର ପେଟ କୁମିନ, ନାଥାନ କଲଟର ନେଲ, ମାର୍କ ଟୋନିସ, ଜେମ୍‌ସ ଫାକନର ଓ ଆଦାମ ଜାମ୍ପାଙ୍କ ବୋଲିଂ କୌଣସି ପ୍ରଭାବ ପକାଇ ପାରି ନାହିଁ। ଭାରତର ୨ୟ ଓ୍ଵିକେଟ ୩୯.୧ଓଭରରେ ୨୨୩ରନ୍‌ରେ ପଡ଼ିଥିଲା। ରୋହିତ ଶର୍ମା ୧୦୯ଟି ବଲ ଖେଳି ଆଦାମ ଜାମ୍ପାଙ୍କ ବଲ ନାଥାନ କଲଟରଙ୍କୁ କ୍ୟାଚ ଦେଇ ପାଭଲିୟନକୁ ଫେରିଥିଲେ। ପୂର୍ବରୁ କଲଟରଙ୍କ ବଲ ଖେଳି ଏଲବିଡବ୍ଲୁ ହୋଇଥିଲେ ଆଜିଙ୍କ୍ୟ ରାହାଣେ। ଅଷ୍ଟ୍ରେଲିଆର ୩ୟ ଶିକାର ହୋଇଥିଲେ ବିରାଟ କୋହଲି(୩୯)। ସେ ଆଦାମ ଜାମ୍ପାଙ୍କ ବଲ ଖେଳିବାକୁ ଯାଇ ମାର୍କ ଟୋନିସଙ୍କୁ କ୍ୟାଚ ଦେଇଥିଲେ।

ଟସ୍‌ ଜିଣି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ନିର୍ଦ୍ଧାରିତ ଓଭରରେ ୯ ଓ୍ଵିକେଟ ହରାଇ ୨୪୨ରନ୍‌ ସଂଗ୍ରହ କରିଥିଲା। ଭାରତୀୟ ବୋଲର ଅକ୍ଷର ପଟେଲଙ୍କୁ ୩ଟି ଓ୍ଵିକେଟ ମିଳିଥିବା ବେଳେ ଯଶପ୍ରିତ ବୁମରାଙ୍କୁ ୨ଟି ଓ୍ଵିକେଟ ମିଳିଛି।

ପ୍ରଥମ ପାଳିର ଆରମ୍ଭରୁ ଅଷ୍ଟ୍ରେଲିଆ ଭଲ ପ୍ରଦର୍ଶନ କରିଥିଲା। ଅଷ୍ଟ୍ରେଲିଆ ୬୬ ରନ୍‌ରେ ଭାରତର ପ୍ରଥମ ଓ୍ଵିକେଟର ଶିକାର ହୋଇ ଅରୁଣ ଫିଞ୍ଚକୁ ହରାଇଥିଲା। ଦଳର ଦ୍ୱିତୀୟ ଓ୍ଵିକେଟ ୧୦୦ରନ୍‌ରେ ପଡ଼ିଥିଲା। ଅଧିନାୟକ ଷ୍ଟିଭ ସ୍ମିଥ ଆଉଟ ହେବା ପରେ ୧୧୨ ରନ୍‌ରେ ୩ୟ ଓ୍ଵିକେଟ ଓ ୧୧୮ରନ୍‌ରେ ୪ର୍ଥ ଓ୍ଵିକେଟ ଭାବରେ ଡାଭିଡ଼ ଓ୍ଵାର୍ଣ୍ଣରକୁ ହରାଇଥିଲା କଙ୍ଗାରୁ ଦେଶ। ମାତ୍ର ୧୮ ରନ୍‌ ଭିତରେ ୩ଟି ମୁଖ୍ୟ ଓ୍ଵିକେଟକୁ ହରାଇଥିଲା ଅଷ୍ଟ୍ରେଲିଆ।