ଟୋକିଓ ଅଲିମ୍ପିକ୍ସରେ ଭବାନୀ ଦେବୀଙ୍କ ଅଭିଯାନ ଶେଷ : ଫ୍ରାନ୍ସର ମାନୋନ ବ୍ରୁନେଟଙ୍କଠାରୁ ପରାସ୍ତ

98

କନକ ବ୍ୟୁରୋ : ଟୋକିଓ ଅଲିମ୍ପିକ୍ସରେ ଭବାନୀ ଦେବୀଙ୍କ ଅଭିଯାନ ଶେଷ । ଫେନ୍ସିଂରେ ଭବାନୀ ଦେବୀ ୭-୧୫ରେ ଫ୍ରାନ୍ସର ମାନୋନ ବ୍ରୁନେଟଙ୍କଠାରୁ ପରାସ୍ତ ହୋଇଛନ୍ତି । ରାଉଣ୍ଡ ୩୨ର ମୁକାବିଲାରେ ବିଶ୍ୱର ତିନି ନମ୍ବର ଖେଳାଳି ବ୍ରୁନେଟଙ୍କ ସହ ଭାବନୀ ଦେବୀଙ୍କ ମୁକାବିଲା ହୋଇଥିଲା । ଟ୍ୟୁନିସିଆର ନାଜିଆ ବେନ୍ ଅଜିଜଙ୍କୁ ୧୫-୩ରେ ହରାଇ ପରବର୍ତ୍ତୀ ରାଉଣ୍ଡକୁ ଯାଇଥିଲେ ଭାବାନୀ ଦେବୀ । ଭବାନୀ ଦେବୀ ଭାରତର ପ୍ରଥମ ଫେନସର ଭାବେ ଅଲିମ୍ପିକରେ ସାମିଲ ହୋଇଥିଲେ ।

ସେହିପରି ତୀରନ୍ଦାଜୀରେ ଭାରତୀୟ ପୁରୁଷ ଦଳ କାଜାକସ୍ତାନକୁ ୬-୨ରେ ପରାସ୍ତ କରିଛି । ଭାରତୀୟ ଟିମରେ ଅତନୁ ଦାସ, ତରୁଣଦୀପ ରାୟ ଓ ପ୍ରବୀଣ ଯାଦବ ସାମିଲ ହୋଇଥିଲେ । ଏହି ବିଜୟ ସହ ଭାରତୀୟ ଟିମ୍ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । କ୍ୱାର୍ଟର ଫାଇନାଲରେ ଭାରତର ମୁକାବିଲା କୋରିଆ ସହ ହେବ ।