ଭାରତରେ କରୋନା ଭୂତାଣୁ ବଦଳାଉ ନାହିଁ ରୂପ: ସୋସିଆଲ ମିଡିଆରେ ଆଲୋଚନା ବେଳେ ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ହର୍ଷ ବର୍ଦ୍ଧନ

ସେପଟେ ଦ୍ୱିତୀୟ ପର୍ଯୟା ସେରୋ ସର୍ଭେ ସରିଥିବା ନେଇ ଆଇସିଏମଆରର ସୂଚନା କହିଲା, ରିପୋର୍ଟର ଚାଲିଛି ଅନୁଧ୍ୟାନ

337

କନକ ବ୍ୟୁରୋ: ଦେଶରେ ସଂକ୍ରମଣ ସୃଷ୍ଟି କରୁଥିବା କରୋନା ଭୂତାଣୁରେ କୌଣସି ପରିବର୍ତନ ହୋଇ ନାହିଁ । ଏଭଳି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ । ସୋସିଆଲ ମିଡିଆରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରବିବାର ସମ୍ବାଦ ପ୍ଲାଟଫର୍ମରେ ଏହି ସୂଚନା ଦେଇଛନ୍ତି । ଗ୍ଲୋବାଲ୍ ଡାଟାବେସ୍ ଆଧାରରେ ଅନୁଧ୍ୟାନ କରି ଜଣାପଡିଛି ଯେ ଭାରତରେ ଥିବା କରୋନା ଭୂତାଣୁ ଆଉ ମ୍ୟୁଟେସନ ହୋଇନାହିଁ । ଏନେଇ ଆଇସିଏମଆର ମଧ୍ୟ ସୂଚନା ଦେଇଛନ୍ତି ।

ଦେଶର ଏହି ଉଚ୍ଚତମ ମେଡିକାଲ ସଂସ୍ଥା ଏବେ ଲାଲକୁ ନେଇ ପରୀକ୍ଷଣ କରୁଛି । ତେବେ ଅକ୍ଟୋବର ସୁଦ୍ଧା ଏହି ତଥ୍ୟ ଅଧିକ ସ୍ପଷ୍ଟ ହେବ ବୋଲି ଜଣାପଡିଛି । ଅନ୍ୟପଟେ ସାରା ଦେଶରେ ଆଇସିଏମଆର ତାହାର ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେ ଶେଷ କରିସାରିଛି । ତେବେ ପୂର୍ବ ରିପୋର୍ଟ ଏବଂ ବର୍ତମାନର ରିପୋର୍ଟର ଅନୁଶୀଳନ ଚାଲିଛି ବୋଲି ଆଇସିଏମଆର ସୂଚନା ଦେଇଛି ।