୬ ମାସ ହେବ ପାକିସ୍ତାନରେ ଫସିରହିଛି ଭାରତ ଟ୍ରେନର ବଗି । ତୁରନ୍ତ ଫେରାଇବା ପାଇଁ ଇସ୍ଲାମାବାଦକୁ କହିଲା ନୂଆଦିଲ୍ଲୀ ।

531

କନକ ବ୍ୟୁରୋ : ପାକିସ୍ତାନରେ ଫସିରହିଛି ଭାରତ ଟ୍ରେନର ବଗି । ଗତ ୨୦୧୯ ଅଗଷ୍ଟ ମାସରେ ଜାମ୍ମୁକାଶ୍ମୀରରୁ ଧାରା ୩୭୦ ହଟିବା ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ତିକ୍ତତା ଆହୁରି ବଢିଯାଇଛି । ଯେଉଁଥିପାଇଁ ଦୁଇ ଦେଶ ମଧ୍ୟରେ ରେଳସେବା ମଧ୍ୟ ବନ୍ଦ ହୋଇଯାଇଛି । ଆଉ ଏହାରି ଭିତରେ ପାଖାପାଖି ୫ ମାସ ତଳେ ପାକିସ୍ତାନ ଯାଇଥିବା ସମଝୌତା ଏକ୍ସପ୍ରେସର ବଗିଗୁଡିକୁ ଫେରାଇବା ପାଇଁ କହିଛନ୍ତି ଭାରତ ସରକାର ।

୨୦୧୯ ଅଗଷ୍ଟ ମାସ ୮ ତାରିଖରୁ ଭାରତ-ପାକିସ୍ତାନ ମଧ୍ୟରେ ରେଳସେବାକୁ ବନ୍ଦ କରିଥିଲେ ଇମ୍ରାନ ସରକାର । ଆଉ ସେବେଠାରୁ ଶତ୍ରୁ ଦେଶରେ ଅଟକି ରହିଥିବା ସମଝୌତା ଏକ୍ସପ୍ରେସର ଖାଲି ବଗିଗୁଡିକୁ ତୁରନ୍ତ ଭାରତକୁ ଫେରାଇବା ପାଇଁ ଇସ୍ଲାମାବାଦକୁ କହିଛନ୍ତି ଭାରତ ସରକାର । ଦୁଇ ଦେଶ ମଧ୍ୟରେ ପୂର୍ବରୁ ଉତ୍ତେଜନା ଲାଗି ରହିଥିବା ବେଳେ କାଶ୍ମୀରରୁ ଧାରା ୩୭୦ ହଟିବା ପାକିସ୍ତାନକୁ ଅଧିକ ବିଚଳିତ କରିଦେଇଛି ।