କନକ ବ୍ୟୁରୋ: ଟୋକିଓ ପଡିଆରେ ଜାରି ରହିଛି ବଡ ଲଢେଇ । ସେମିଫାଇନାଲ ଫାଇଟ୍ରେ ଆର୍ଜେଂଟିନାକୁ ମୁକାବିଲା କରୁଛି ଭାରତୀୟ ମହିଳା ହକି ଦଳ । ବିଶ୍ୱର ୫ନଂବର ଦଳ ଆର୍ଜେଂଟିନାକୁ ସେମିଫାଇନାଲରେ ପ୍ରଥମ ଗୋଲ ଦେଇଛି ଭାରତ । ଖେଳ ଆରମ୍ଭରୁ ମାତ୍ର ଦେଢ ମିନିଟ୍ରେ ଟିମ୍ ଇଣ୍ଡିଆର ଗୁରଜିତ୍ କୌର ପ୍ରଥମ ଗୋଲ ଦେଇଛନ୍ତି ।

Advertisment

ଆର୍ଜେଂଟିନା ମଧ୍ୟ ଗୋଟିଏ ଗୋଲ ଦେଇଛି । ତେଣୁ ୧-୧ ଗୋଲରେ ଖେଳ ଜାରି ରହିଛି । ଅଷ୍ଟ୍ରେଲିଆକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି ଭାରତୀୟ ଦଳ । ଆଜି ମ୍ୟାଚ୍ ଉପରେ ସାରା ଦେଶର ନଜର ରହିଛି ।