ଭାରତ ଆମେରିକାର ଟୁ ପ୍ଲସ ଟୁ ବୈଠକ । ବେକା ଚୁକ୍ତି ସ୍ୱାକ୍ଷର କଲେ ଦୁଇ ଦେଶ । ପ୍ରତିରକ୍ଷା କ୍ଷେତ୍ରରେ ଦୁଇ ବନ୍ଧୁ ରାଷ୍ଟ୍ର କରିବେ ସହଯୋଗ

231

କନକ ବ୍ୟୁରୋ : ଭାରତ ଓ ଆମେରିକା ମଧ୍ୟରେ ଟୁ ପ୍ଲସ ଟୁ ଆଲୋଚନା ଆରମ୍ଭ ହୋଇଛି । ଦିଲ୍ଲୀର ହାଇଦ୍ରାବାଦ ହାଉସରେ ଚାଲିଥିବା ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ ପାମ୍ପିଓ ଉପସ୍ଥିତ ଅଛନ୍ତି । ଏଠାରେ ଦୁଇଦେଶ ମଧ୍ୟରେ ପ୍ରତିରକ୍ଷା ଓ ବୈଦେଶିକ ନୀତି ଉପରେ ଆଲୋଚନା ହେଉଛି । ଏହି କଥାବାର୍ତାର ମୁଖ୍ୟ ଫୋକସରେ ରହିଛି ଦୁଇଦେଶ ମଧ୍ୟରେ ବେସିକ ଏକ୍ସଚେଞ୍ଜ ଆଣ୍ଡ କର୍ପୋରେସନ ଏଗ୍ରିମେଂଟ ଅର୍ଥାତ, ବେକା ଚୁକ୍ତିରେ ହସ୍ତାକ୍ଷର ହେବ ।

ଏହାଦ୍ୱାରା ଦୁଇଦେଶ ପ୍ରତିରକ୍ଷା ସମ୍ପର୍କରେ ସୂଚନା ଆଦାନପ୍ରଦାନ କରିପାରିବେ । ଏହାଛଡା ବିନା ପ୍ରତିବନ୍ଧକରେ ସାଟେଲାଇଟ ଓ ଅନ୍ୟ ଇନପୁଟସ ବି ଆଦାନପ୍ରଦାନ ହୋଇପାରିବ । ଏହି ବୈଠକରେ ଯୁଦ୍ଧାସ୍ତ୍ର ଓ ସୈନ୍ୟ ଆଡ୍ଡା ବାବହାର ନେଇ ବି ଦୁଇଦେଶ ମଧ୍ୟରେ ଆଲୋଚନା ହୋଇପାରେ ।

ଭାରତ ବୈଠକରେ ପାକିସ୍ତାନ ପ୍ରୋତ୍ସାହିତ ଆତଙ୍କବାଦ ପ୍ରସଙ୍ଗ ବି ଉଠାଇବା ସମ୍ଭାବନା ରହିଛି । ଆଶା କରାଯାଉଛି, ଆଲୋଚନାବେଳେ ଭାରତ-ଚୀନ ଉତେଜନା ମଧ୍ୟରେ ସୈନ୍ୟ ସହଯୋଗ ନେଇ ବଡ ବୁଝାମଣା ହେବ । ଏହାଦ୍ୱାରା ଭାରତର ସୈନ୍ୟ ଶକ୍ତି ଅଧିକ ମଜଭୁତ ହୋଇପାରିବ ।

Comments are closed.