କନକ ବ୍ୟୁରୋ : ବିଶ୍ୱ ଟେଷ୍ଟ ଚାମ୍ପିୟନସିପରେ ବର୍ଷା ସାଜିଛି ବାଧକ । ଇଂଲଣ୍ଡର ସାଉଥମ୍ପଟନରେ ଖେଳାଯାଉଥିବା ଏହି ବଡ ମୁକାବିଲାର ଆଜି ଚତୁର୍ଥ ଦିନ ଥିବାବେଳେ ଆଜି ମଧ୍ୟ ବର୍ଷା କାରଣରୁ ମ୍ୟାଚ୍ ଖେଳାଯାଇପାରିନାହିଁ । ୪ଦିନ ମଧ୍ୟରୁ ମାତ୍ର ଦେଢ ଦିନ ଖେଳ ସମ୍ଭବ ହୋଇପାରିଛି । ବର୍ଷା ପାଗକୁ ନଜରରେ ରଖି ଜୁନ୍ ୨୩ ତାରିଖକୁ ରିଜର୍ଭ ଡେ ରଖିଛି ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ କାଉନସିଲ୍ । କିନ୍ତୁ ଏପର୍ଯ୍ୟନ୍ତ ମ୍ୟାଚକୁ ଦେଖିଲେ ରିଜର୍ଭ ଡେର ବ୍ୟବହାର ସମ୍ଭାବନା କମ ଥିବା ପରିଲକ୍ଷିତ ହେଉଛି ।
ତେବେ ଆଜିର ମ୍ୟାଚ ଯଦି ଖେଳାଯାଇନପାରେ, ତେବେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ୍ ମ୍ୟାଚ୍ ଡ୍ର ହେବା ସୁନିଶ୍ଚିତ । ଆଉ ଯଦି ଏପରି ହୁଏ, ତେବେ ଭାରତ ଏବଂ ନ୍ୟୁଜିଲାଣ୍ଡ ଉଭୟ ଦେଶକୁ ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଯୁଗ୍ମ ବିଜେତା ଘୋଷଣା କରାଯିବ ।
ତେବେ ଏହା ଦ୍ୱିତୀୟ ଥର ପାଇଁ ଏମିତି ହେବ, ଟିମ୍ ଇଣ୍ଡିଆ ଆଇସିସିର କୌଣସି ଟ୍ରଫି ସେୟାର କରିବ । ୨୦୦୨ରେ ମଧ୍ୟ ଏପରି ହୋଇଥିଲା, ଯେତେବେଳେ ଭାରତ ଏବଂ ଶ୍ରୀଲଙ୍କାକୁ ଆଇସିସି ଚାମ୍ପିୟନ୍ସ ଟ୍ରଫିର ଯୁଗ୍ମ ବିଜେତା ଘୋଷଣା କରାଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/06/E4O9_mYXEAAH7CM.jpg)