କନକ ବ୍ୟୁରୋ : ଭାରତ ଓ ଚୀନ୍ ମଧ୍ୟରେ ହୋଇଛି ବୁଝାମଣା । ଏହି ବୁଝାମଣା ପରେ ଏବେ ଚିନ୍ତାରେ ପଡିପାରେ ଚୀନ୍ । ତେବେ ଏହି ବୁଝାମଣା ପରେ ଏବେ ଚୀନ୍ ସୀମାରେ ଆଉ ବାରମ୍ବାର ଉତ୍ତେଜନା ସୃଷ୍ଟି କରିବ ନାହିଁ ବୋଲି କୁହାଯାଉଛି । ଏହା ଦ୍ୱାରା ସାବାଡ୍ ହେବ ଚୀନ୍ ।
ଭାରତର ରକ୍ଷା ସଚିବ ଅଜୟ କୁମାର ଓ ଜାପାନର ରାଜଦୂତ ସୁଜୁକି ସତୋସି ‘ମ୍ୟୁଚୁଆଲ୍ ଲଞ୍ଜିଷ୍ଟିକ୍ ମେମୋରେଣ୍ଡମ୍ ଅରେଞ୍ଜମେଣ୍ଟ’ ବୁଝାମଣାରେ ଦସ୍ତଖତ କରିଛନ୍ତି ।
କ’ଣ ହୋଇଛି ବୁଝାମଣା
ଭାରତ ଓ ଜାପାନ ମଧ୍ୟରେ ହୋଇଥିବା ଏହି ବୁଝାମଣା ସୈନ୍ୟବଳ ଉପରେ ହୋଇଛି । ଅର୍ଥାତ ଯୁଦ୍ଧ ପରିସ୍ଥିତିରେ ଉଭୟ ଦେଶ ପରସ୍ପରକୁ ସହାୟତା କରିବେ । ଏହା ପୂର୍ବରୁ ଭାରତ ଆମେରିକା, ଫ୍ରାନ୍ସ, ଦକ୍ଷିଣ କୋରିଆ, ସିଙ୍ଗାପୁର ଓ ଅଷ୍ଟ୍ରେଲିଆ ସହ ଏଭଳି ବୁଝାମଣା କରି ସାରିଛି ।
ସୀମା ବିବାଦ ପାଇଁ ଏଲଏସିରେ ଚାଲିଥିବା ଛକାପଞ୍ଝା ମଧ୍ୟରେ ଭାରତ ହୀନ୍ଦ୍ ମହାସାଗରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି । ତେବେ ଭାରତ ଓ ଜାପାନ ମଧ୍ୟରେ ଏହି ବୁଝାମଣା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ ବୋଲି କୁହାଯାଉଛି । ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଜାପାନ ପ୍ରଧାନମନ୍ତ୍ରୀଙ୍କ ସହ କଥା ମଧ୍ୟ ହୋଇଛନ୍ତି ।
ଜାପାନର ବିଦେଶ ମନ୍ତ୍ରାଳୟ କହିଛି ଯେ, ଏହା ଦ୍ୱାରା ଦୁଇ ଦେଶ ମଧ୍ୟରେ ସାମରିକ ଶକ୍ତି ସୁଦୃଢ ହେବ । ଅନ୍ୟପକ୍ଷରେ ଚୀନ୍ ନିଜ ଖରାପ ବୁଦ୍ଧି ଦ୍ୱାରା ବିଶ୍ୱକୁ ବାରମ୍ବାର ବିପଦରେ ପକାଇବାର ଯୋଜନା ପଣ୍ଡ ହେବ । ତେବେ ଭାରତର ଅନ୍ୟ ଦେଶ ସହ ସମ୍ପର୍କକୁ ସହଜରେ ହଜମ କରିପାରୁନାହିଁ ଚୀନ୍ ।
ଗତ କିଛି ମାସ ପୂର୍ବରୁ ଏଲଏସିରେ ଭାରତ ଓ ଚୀନ ମଧ୍ୟରେ ବିବାଦ ଥମିବାର ନାଁ ନେଉନାହିଁ । ଏହି ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି । ଦୁଇ ଦେଶ ଯୁଦ୍ଧ ପାଇଁ ମଧ୍ୟ ପୂରା ପ୍ରସ୍ତୁତ ହୋଇ ଅଛନ୍ତି । ଏହି ବିବାଦ ପାଇଁ ଦୁଇ ଦେଶ ମଧ୍ୟରେ ବାରମ୍ବାର ଉଚସ୍ତରୀୟ ବୈଠକ ହେଉଥିଲେ ମଧ୍ୟ ସମାଧାନର ବାଟ ବାହାରୁ ନାହିଁ ।