ଭାରତ ମହାସାଗରରେ ଭାରତ-ଫ୍ରାନ୍ସର ସବୁଠୁ ବଡ଼ ସମରାଭ୍ୟାସ । ନୌସେନା କଲା ଶକ୍ତି ପ୍ରଦର୍ଶନ, ନଜରରେ ଚୀନ୍ ।

111

କନକ ବ୍ୟୁରୋ: ସାବଧାନ୍ ଶତ୍ରୁପକ୍ଷ । ଭାରତ ମହାସାଗରରେ ସବୁଠୁ ବଡ଼ ନୌସେନା ସମରାଭାସ୍ୟ କରିଛନ୍ତି ଭାରତ ଓ ଫ୍ରାନ୍ସ । ଆଉ ଭାରତ ଓ ଫ୍ରାନ୍ସ ଚୀନର ବଢୁଥିବା ଆର୍ଥିକ ପ୍ରଭାବ ତଥା ଦକ୍ଷିଣ ଚୀନ ସାଗରରେ ପ୍ରାଧାନ୍ୟ ବିସ୍ତାର ନୀତି ନେଇ ଚିନ୍ତିତ ଥିବା ଜଣାପଡ଼ିଛି । ତେବେ ଏଭଳି ଯୁଦ୍ଧାଭ୍ୟାସକୁ ନେଇ ସବୁଠାରୁ ମହତ୍ୱପୂର୍ଣ୍ଣ ଭାରତ ମହାସାଗରରେ ସିପିଂ ଲେନ୍ସରେ ସାରା ବିଶ୍ୱର ନଜର ରହିଛି ।

ସବୁଠାରୁ ବଡ଼କଥା ହେଲା କି, ଏହି ଯୁଦ୍ଧାଭ୍ୟାସରେ ଦୁଇ ଦେଶର ଛଅଟି ଲେଖାଏଁ ଯୁଦ୍ଧ ଜାହାଜ ଓ ବୁଡା ଜାହାଜ ସାମିଲ ଅଛନ୍ତି । ଏହାସହ ଗୋଆ ସମୁଦ୍ର ତଟ୍ଟରେ ୧୭ମ ବାର୍ଷିକ ଯୁଦ୍ଧାଭ୍ୟାସରେ ଭାଗ ନେଇଥିବା ପ୍ରାୟ ୪୦ ହଜାରୁ ଅଧିକ ଟନର ‘ଚାର୍ଲ୍ସ ଡି ଗାଉଲେ’ ମଧ୍ୟ ସାମିଲ ହୋଇଛି । ସୂଚନା ମୁତାବକ ଫ୍ରାନ୍ସ ପକ୍ଷରୁ ଗୋଟିଏ ବିମାନ ଯୁଦ୍ଧ ଜାହାଜର ଦାୟିତ୍ଵ ସମ୍ଭାଳୁଛି । ଏନେଇ ରିୟର ଆଡମିରଲ ଅଲିବିୟର ଲେବାସ କହିଛନ୍ତି ଯେ, ଆମେ ଏହି କ୍ଷେତ୍ରରେ ଅଧିକ ସ୍ଥିରତା ଆଣି ପାରିବୁ, ଯାହା ରଣନୀତି ରୂପେ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି ।

ଅନ୍ୟପଟେ ଏଥରର ଅଭ୍ୟାସ ସବୁଠୁ ବ୍ୟାପକ ରହିଛି । ବିଶେଷ କରି ଏହି କ୍ଷେତ୍ରରେ ଅନ୍ତରାଷ୍ଟ୍ରୀୟ କାରବାରକୁ ନେଇ ବହୁତ କିଛି ବାଜିରେ ଲାଗିଛି । ଏସିଆ ଓ ୟୁରୋପ-ପଶ୍ଚିମ ଏସିଆ ମଧ୍ୟରେ ଅଧିକାଂଶ କାରବାର ସମୁଦ୍ର ଜରିଆରେ ହୋଇଥାଏ। ତେଣୁ ଏହାକୁ ଅଧିକ ଗମ୍ଭୀରତାର ସହ ନିଆଯାଉଛି ବୋଲି ଫ୍ରାନ୍ସ ଅଧିକାରୀ କହିଛନ୍ତି ।