ଗତ ମାସରେ ଜମ୍ମୁକଶ୍ମୀରରେ ସାଧାରଣ ନାଗରିକଙ୍କୁ ହତ୍ୟା ଘଟଣାରେ ସମ୍ପୃକ୍ତ ପ୍ରାୟ ସମସ୍ତ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି | ଆତଙ୍କବାଦୀ କାର୍ଯ୍ୟକଳାପର ମୁକାବିଲା ପାଇଁ ଏବେ ସଶସ୍ତ୍ର ବାହିନୀ “ସର୍ଜିକାଲ୍ ଅପରେସନ୍” ଉପରେ ଧ୍ୟାନ ଦେଉଛି । ରବିବାର ଦିନ ଏହି ସୂଚନା ଦିଆଯାଇଛି। ସୁରକ୍ଷା ଏଜେନ୍ସି ପକ୍ଷରୁ କୁହାଯାଇଛି ଯେ ଆତଙ୍କବାଦକୁ ମୁକାବିଲା କରିବା ପାଇଁ ଜମ୍ମୁ-କଶ୍ମୀର ପୁଲିସ, ଗୁପ୍ତଚର ଏଜେନ୍ସି ଏବଂ ସୈନ୍ୟବାହିନୀ ମଧ୍ୟରେ ଉତ୍ତମ ସମନ୍ୱୟ ରଖି ଅପରେସନ କରାଯାଉଛି | ସାଧାରଣ ନାଗରିକଙ୍କୁ କିଭଳି ଆତଙ୍କବାଦୀ ଟାର୍ଗେଟ କରି ନ ପାରିବେ ତାହାକୁ ଲକ୍ଷ୍ୟ ରଖି କାର୍ଯ୍ୟ କରାଯାଉଛି | ସୂଚନା ଥାଉ କି ଯେ ଗତ ମାସରେ ଜମ୍ମୁ କଶ୍ମୀରରେ ସାଧାରଣ ନାଗରିକଙ୍କ ହତ୍ୟା ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଥିଲା।
ଏହାଦ୍ୱାରା ଏହି ଅଞ୍ଚଳରେ ହିଂସା ଓ ଉତ୍ତେଜନା ବୃଦ୍ଧି ହେବାର ଆଶଙ୍କା ଦେଖାଦେଇଥିଲା। ଆଉ ଏଥିପାଇଁ ନିରୀହ ଲୋକଙ୍କ ହତ୍ୟାକୁ ରୋକିବା ପାଇଁ ସୁରକ୍ଷା ଏଜେନ୍ସି ସ୍ୱତନ୍ତ୍ର ଅପରେସନ ଆରମ୍ଭ କରିଛି | ଏବେ ସୁରକ୍ଷା ଏଜେନ୍ସି ଗୁଇନ୍ଦା-ଆଧାରିତ ସର୍ଜିକାଲ୍ ଅପରେସନ ଉପରେ ଧ୍ୟାନ ଦିଆଯାଇଛି | ସୂତ୍ରରୁ ପ୍ରକାଶ ଯେ ପାକିସ୍ତାନରେ ଥିବା ଆତଙ୍କବାଦୀମାନେ କଶ୍ମୀରରେ କାର୍ଯ୍ୟ କରୁଥିବା ସହଯୋଗୀଙ୍କୁ କହିଛନ୍ତି ଯେ ଯେତେବେଳେ ବି ସୁରକ୍ଷାବାହିନୀ ଆତଙ୍କବାଦ ନିରୋଧୀ କୌଣସି ଅପରେସନ ଆରମ୍ଭ କରିବେ ସେତେବେଳେ ଅତି କମରେ ୧୦ ଜଣ ସାଧାରଣ ନାଗରିକଙ୍କୁ ହତ୍ୟା କରାଯିବ।
୨୦୧୮ ରେ ବିଭିନ୍ନ ଆତଙ୍କବାଦୀ ବିରୋଧୀ ଅପରେସନବେଳେ ୨୪ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ୪୯ ଜଣ ଆହତ ହୋଇଥିଲେ । ଆଉ ଏହା ଜଣାପଡିବା ପରେ ଗତ ତିନିବର୍ଷ ମଧ୍ୟରେ ସୁରକ୍ଷା ବାହିନୀ ସାଧାରଣ ନାଗରିକଙ୍କ ସୁରକ୍ଷା ପାଇଁ ଅନେକ ପଦକ୍ଷେପ ନେଇଥିଲେ ଏବଂ ଏହି ପ୍ରୟାସର ଫଳ ସ୍ୱରୂପ କେବଳ ଦୁଇଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ସାମାନ୍ୟ ଆହତ ହୋଇଥିଲେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/11/kashmir-attack.jpg)