TOPSHOT - Taliban spokesperson Zabihullah Mujahid looks on as he addresses the first press conference in Kabul on August 17, 2021 following the Taliban stunning takeover of Afghanistan. (Photo by Hoshang Hashimi / AFP)
ଆଫଗାନିସ୍ତାନର ତାଲିବାନ ସଂଗଠନ ବିଶ୍ବ ସମୁଦାୟକୁ ଧମକ ଦେଇଛି। ଅନ୍ତର୍ଜାତୀୟ ସମୁଦାୟ ଯଦି କୌଣସି ବିପଦର ସମ୍ମୁଖୀନ ହେବାକୁ ଚାହୁ ନଥାଏ ତାହେଲେ ତାଲିବାନ ସରକାରକୁ ସ୍ବୀକୃତି ଦେଉ ବୋଲି କୁହାଯାଇଛି। ତାଲିବାନ ପ୍ରବକ୍ତା ଜବିଉଲ୍ଲା ମୁଜାହିଦ୍ ଏକ ସାମ୍ବାଦିକ ସମ୍ମିଳନୀରେ ବିଶ୍ବକୁ ଏଭଳି ଖୋଲା ଧମକ ଦେଇଛନ୍ତି । ସେମାନଙ୍କୁ ଏକ ଦାୟିତ୍ବପୂର୍ଣ୍ଣ ପକ୍ଷ ଭାବେ ସ୍ବୀକୃତି ଦେବା ପାଇଁ ସେ ଦାବି କରିଛନ୍ତି ବୋଲି ଖମା ପ୍ରେସ୍ ନ୍ୟୁଜ ଏଜେନ୍ସି ରିପୋର୍ଟ କରିଛି। ଆଫଗାନିସ୍ତାନକୁ ନିଜ କବ୍ଜାକୁ ନେବାର ଅଢ଼େଇ ମାସ ଇତିମାଧ୍ୟରେ ବିତିଗଲାଣି। ପାକିସ୍ତାନ ଓ ଚୀନ୍ ସହିତ ଅଳ୍ପ କିଛି ଦେଶକୁ ଛାଡ଼ିଦେଲେ ତାଲିବାନ ଶାସନ ସହିତ ଆଲୋଚନା ବା କଥାବାର୍ତ୍ତା ପାଇଁ ଅନ୍ୟ କୌଣସି ଦେଶ ଆନ୍ତରିକତା ପ୍ରକାଶ କରିନାହାନ୍ତି। ଅନ୍ୟସବୁ ଅନ୍ତର୍ଜାତୀୟ ସମୁଦାୟ ଦେଶର ମାନବାଧିକାର ସ୍ଥିତି ଉପରେ ଧ୍ୟାନ କେନ୍ଦ୍ରିତ କରିଛନ୍ତି।
ଅନ୍ତର୍ଜାତୀୟ ସମୁଦାୟ ତାଲିବାନକୁ ସ୍ବୀକୃତି ନଦେବା ଯାଏଁ ଅନ୍ୟ ଦେଶପ୍ରତି ଥିବା ବିପଦକୁ ଏଡାଇବାର ଦାୟିତ୍ବ ତାଲିବାନ ନେବନାହିଁ ସେ କହିବା ଦ୍ବାରା ଅନ୍ତର୍ଜାତୀୟ ସମୁଦାୟକୁ ସେ ଖୋଲା ଧମକ ଦେଇଛନ୍ତି। ସ୍ବୀକୃତିକୁ ଏକ ଦ୍ବିପାକ୍ଷିକ ଆବଶ୍ୟକତା ବୋଲି ସେ କହିଛନ୍ତି। ଅତୀତରେ ଆମେରିକା ଆମକୁ ସ୍ବୀକୃତି ନଦେବାରୁ ଆମେ ସେହି ଦେଶ ସହିତ ଲଢ଼େଇ କରିଥିଲୁ। ଯଦି ତାଲିବାନକୁ ସ୍ବୀକୃତି ଦିଆ ନଯାଏ ଏହା ଆଫଗାନିସ୍ତାନ, ସ୍ଥାନୀୟ ଅଂଚଳ ଏବଂ ବିଶ୍ବର ସମସ୍ୟା ବଢ଼ାଇବ ବୋଲି ମୁଜାହିଦ କହିଛନ୍ତି। ସେ ଏହା ମଧ୍ୟ ଦାବି କରିଛନ୍ତି ସ୍ବୀକୃତି ପାଇଁ ରଖାଯାଇଥିବା ସମସ୍ତ ପ୍ରାକ୍ ସର୍ତ୍ତକୁ ଆଫଗାନିସ୍ତାନ ପାଳନ କରିଛି। ତେଣୁ ବିଶ୍ବ ଯେମିତି ହେଲେ ଆଫଗାନିସ୍ତାନକୁ ସ୍ବୀକୃତି ଦେବ। ଏଥିସହିତ ଆଫଗାନିସ୍ତାନରେ କୂଟନୈତିକ କାର୍ଯ୍ୟକୁ ସକ୍ରିୟ କରିବା ପାଇଁ ସେ ସବୁ ଦେଶକୁ ଆହ୍ବାନ କରିଛନ୍ତି।
Follow Us