ସୁଶାନ୍ତ ସିଂ ମୃତ୍ୟୁ ମାମଲା: ଚାର୍ଜସିଟ୍ ଦାଖଲ କଲା ଏନସିବି । ବଢିପାରେ ରିୟା ଚକ୍ରବର୍ତ୍ତିଙ୍କ ଟେନସନ୍

Advertisment
ସୁଶାନ୍ତ ସିଂ ମୃତ୍ୟୁ ମାମଲା: ଚାର୍ଜସିଟ୍ ଦାଖଲ କଲା ଏନସିବି । ବଢିପାରେ ରିୟା ଚକ୍ରବର୍ତ୍ତିଙ୍କ ଟେନସନ୍

ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ତଦନ୍ତ ସମୟରେ ପର୍ଦ୍ଦାଫାସ ହୋଇଥିବା ଡ୍ରଗ୍ସ ମାମଲାରେ ଏନ୍‌ସିବି (ନାର୍କୋଟିକ୍ସ କଣ୍ଟ୍ରୋଲ୍‌ ବ୍ୟୁରୋ) ଆଜି ମୁମ୍ବାଇର ସ୍ବତନ୍ତ୍ର ଏନଡିପିଏସ୍‌ କୋର୍ଟରେ ୧୨ ହଜାର ପୃଷ୍ଠାର ଏକ ଚାର୍ଜସିଟ୍‌ ଦାଖଲ କରିଛି । ୨୦୦ରୁ ଅଧିକ ସାକ୍ଷୀଙ୍କ ବୟାନ ରେକର୍ଡ କରିବାପରେ ଏହି ଚାର୍ଜସିଟ୍‌ ଦାଖଲ ହୋଇଛି । ଚାର୍ଜସିଟ୍‌ରେ ରିଆ ଚକ୍ରବର୍ତ୍ତୀ ଏବଂ ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କ ସମେତ ୩୩ ଜଣଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି । ଗତ ଜୁନ୍‌ରେ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ଏନ୍‌ସିବି ଏହି ଘଟଣାରେ ତଦନ୍ତ ଆରମ୍ଭ କରିଥିଲା । ଏନ୍‌ସିବି ଏନ୍‌ଡିପିଏସ୍ ଆଇନ ଅଧୀନରେ ଉଭୟ ରିଆ ଏବଂ ତାଙ୍କ ଭାଇଙ୍କୁ ଗିରଫ କରିଥିଲା । କିନ୍ତୁ ସେମାନେ ପରେ ଜାମିନରେ ମୁକୁଳିଥିଲେ । ୩୩ ଅଭିଯୁକ୍ତଙ୍କ ମଧ୍ୟରୁ ୮ ଜଣ ଏବେ ବି ନ୍ୟାୟିକ ହାଜତରେ ଅଛନ୍ତି । ଏନ୍‌ସିବି ମୁଖ୍ୟ ସମୀର ୱାଙ୍ଖଡ଼େ ନିଜେ ଆଜି ଏହି ମାମଲାର ଚାର୍ଜସିଟ୍‌ ଦାଖଲ କରିଛନ୍ତି ।

ଉଲ୍ଲେଖ‌ଯୋଗ୍ୟ, ଏନ୍‌ସିବି ଗତବର୍ଷ ଅଗଷ୍ଟରେ ଡ୍ରଗ୍ସ ମାମଲା ନେଇ ୨ଟି ମାମଲା ରୁଜୁ କରିଥିଲେ। ଏନ୍‌ସିବି ଏହି ମାମଲାରେ ସୁଶାନ୍ତଙ୍କ ଲିଭ୍‌ ଇନ୍‌ ପାର୍ଟନର ରିଆ ଚକ୍ରବର୍ତ୍ତୀ, ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କୁ ଗିରଫ କରିଥିଲା। ସେମାନେ ଏବେ ଜାମିନ୍‌ରେ ଅଛନ୍ତି। ତେବେ ରିପୋର୍ଟ ଅନୁଯାୟୀ ଏନ୍‌ସିବି ଏହି ଡ୍ରଗ୍ସ ମାମଲାରେ ମୋଟ୍‌ ୩୪ ଜଣଙ୍କୁ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe