କରୋନାର ଦ୍ୱିତୀୟ ଲହର ଛୋଟ ପିଲାଙ୍କ ପାଇଁ ଅଧିକ ଘାତକ ! ୧୦ ବର୍ଷରୁ କମ୍ ବୟଷ୍କ ଶିଶୁ ହେଉଛନ୍ତି ସଂକ୍ରମିତ, ଯାଉଛି ଜୀବନ

Advertisment
କରୋନାର ଦ୍ୱିତୀୟ ଲହର ଛୋଟ ପିଲାଙ୍କ ପାଇଁ ଅଧିକ ଘାତକ ! ୧୦ ବର୍ଷରୁ କମ୍ ବୟଷ୍କ ଶିଶୁ ହେଉଛନ୍ତି ସଂକ୍ରମିତ, ଯାଉଛି ଜୀବନ

ପ୍ରଥମ କୋଭିଡ୍‌ ଲହର ତୁଳନାରେ ଦ୍ବିତୀୟ ଲହରରେ ଅଧିକ ଶିଶୁଙ୍କ କରୋନାରେ ମୃତ୍ୟୁ ହେଉଛି। ମୁମ୍ବାଇରେ ବିଶେଷ କରି ମାର୍ଚ୍ଚ ଏବଂ ଏପ୍ରିଲ୍‌ରେ ଅନେକ ଶିଶୁଙ୍କ କରୋନାରେ ମୃତ୍ୟୁ ହୋଇଛି। କରୋନା ସଂକ୍ରମିତ ହେବାପରେ ଶିଶୁମାନେ ହସ୍ପିଟାଲ୍‌ରେ ଚିକିତ୍ସିତ ହେବା ହାର ମଧ୍ୟ ପୂର୍ବ ଲହର ତୁଳନାରେ ୧.୫-୨ ଗୁଣା ଅଧିକ ରହିଛି। ମୁମ୍ବାଇର ବିୱାଇଏଲ୍‌ ହସ୍ପିଟାଲ୍‌ରେ ‌କୋଭିଡ୍‌ ପଜିଟିଭ୍‌ ମା’ ଏବଂ ଶିଶୁମାନଙ୍କ ପାଇଁ ଥିବା ଏକ ସ୍ବତନ୍ତ୍ର କେନ୍ଦ୍ରରେ ଏପ୍ରିଲ ୩୦ ପର୍ଯ୍ୟନ୍ତ ୪ ଶିଶୁଙ୍କ କରୋନାରେ ମୃତ୍ୟୁ ହୋଇଛି। ଏହି ସମୟ ମଧ୍ୟରେ ସେ ଠାରେ ୪୩ ଶିଶୁ କରୋନା ସଂକ୍ରମିତ ହୋଇ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ସେହିପରି ପାରେଲ୍‌ ୱାଡିଆ ହସ୍ପିଟାଲ୍‌ରେ ଚଳିତ ବର୍ଷ ମାର୍ଚ୍ଚରୁ ଏପ୍ରିଲ ମଧ୍ୟରେ ୫ ଶିଶୁଙ୍କ କରୋନାରେ ମୃତ୍ୟୁ ହୋଇଛି।

ପ୍ରଥମ ଲହରରେ ଗତ ମେ’-ଜୁନ୍‌ରେ ଏହି ହସ୍ପିଟାଲ୍‌ରେ ୭୬ ଶିଶୁ କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହୋଇଥ‌ିଲେ କିନ୍ତୁ ଚଳିତ ଲହରରେ ଏହି ସଂଖ୍ୟା ୧୦୩କୁ ବୃଦ୍ଧି ପାଇଛି। ମହାଲକ୍ଷ୍ମୀର ଏସ୍‌ଆରସିସି ଶିଶୁ ହସ୍ପିଟାଲ୍‌ରେ ଚଳିତ ବର୍ଷ ପ୍ରଥମ କରୋନା ମୃତ୍ୟୁ ହୋଇଛି। ପ୍ରଥମ ଲହରରେ ହସ୍ପିଟାଲ୍‌ରେ କୌଣସି ଶିଶୁଙ୍କ କରୋନାରେ ମୃତ୍ୟୁ ହୋଇନଥିଲା। ତେବେ ବିଏମ୍‌ସି ତଥ୍ୟ ଅନୁଯାୟୀ ଗତବର୍ଷଠାରୁ ୧୦ ବର୍ଷରୁ କମ୍‌ ୧୧,୦୮୦ ଜଣ ଶିଶୁ କରୋନା ସଂକ୍ରମିତ ହୋଇଛନ୍ତି ଏବଂ ୧୭ ଜଣଙ୍କ ମୃତ୍ୟୁ ହୋଇଛି। ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ସୁଷମା ମଲିକ କହିଛନ୍ତି, ପ୍ରଥମ ଲହର ତୁଳନାରେ ଦ୍ବିତୀୟ ଲହରରେ ଶିଶୁମାନେ ହସ୍ପିଟାଲ୍‌ରେ ଭର୍ତ୍ତି ହେବା ହାର ଦେଢ଼ଗୁଣାରୁ ୨ ଗୁଣା ଅଧିକ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe