ମାଗଣାରେ ମିଳୁଛି ସ୍ମାର୍ଟ ଫୋନ ଓ ସିମ ! କେଉଁଠାରେ ମିଳୁଛି ଓ କିପରି ମିଳୁଛି ଜାଣନ୍ତୁ ପୂରା ସୂଚନା

50

କନକ ବ୍ୟୁରୋ : ଆଜିକାଲିର ଯୁବ ବର୍ଗଙ୍କ ପାଇଁ ସ୍ମାର୍ଟଫୋନ ନିହାତି ଆବଶ୍ୟକତା ରହିଛି ବୋଲି ସମସ୍ତଙ୍କର ଧାରଣା ହେଲାଣି । ତେବେ ସମସ୍ତଙ୍କ ଘରେ ଘରେ ବର୍ତ୍ତମାନ ସମୟରେ ସ୍ମାର୍ଟ ଫୋନର ବହୁଳ ମାତ୍ରାରେ ବ୍ୟବହାର ହେଉଥିବା ଦେଖାଯାଉଛି । ଯଦି ଏହି ଫୋନ କେଉଁଠାରେ କମ ଦାମରେ ମିଳୁଛି କିମ୍ବା ମାଗମାରେ ମିଳୁଛି ଶୁଣିଲେ କଥା ସରିଲା ସେହି ବିଷୟରେ ଜାଣିବା ପାଇଁ ସମସ୍ତେ ଇଚ୍ଛା କରନ୍ତି । ମିଳିଥିବା ସୂଚନା ଅନୁସାରେ ଛତିଶଗଡ଼ ସରକାର ରାଜ୍ୟରେ ୫୦ ଲକ୍ଷ ମାଗଣା ସ୍ମାର୍ଟଫୋନ୍ ବିତରଣ ପାଇଁ ହ୍ୟାଣ୍ଡସେଟ ନିର୍ମାତା ମାଇକ୍ରୋମ୍ୟାକ୍ସ ଓ ରିଲାଏନ୍ସ ଜିଓକୁ ୧୫୦୦ କୋଟି ଟଙ୍କାର ଅର୍ଡର ଦେଇଛି। ସଞ୍ଚାର କ୍ରାନ୍ତି ଯୋଜନା (ଏସ୍କେଓ୍ଵାଇ) ଜରିଆରେ ରାଜ୍ୟ ସରକାର ମହିଳା ଓ ଛାତ୍ରଛାତ୍ରୀଙ୍କୁ ମଗଣା ସ୍ମାର୍ଟଫୋନ୍ ଦେଉଛି।

 

 

ମାଇକ୍ରୋମ୍ୟାକ୍ସର କୋ-ଫାଉଣ୍ଡର ବିକାଶ ଜୈନଙ୍କ କହିବାନୁସାରେ, ୪୫ଲକ୍ଷ ସ୍ମାର୍ଟଫୋନ୍ ମହିଳାଙ୍କୁ ଦିଆଯିବା ସହିତ କଲେଜ ଛାତ୍ରଛାତ୍ରୀଙ୍କୁ ବି ଦିଆଯିବ। ଏହି ପ୍ରକଳ୍ପ ଜରିଆରେ ୧୦ହଜାର କ୍ୟାମ୍ପ ଲଗାଯିବ। ଫୋନ୍ ଡେଲିଭରି ଆରମ୍ଭ ହୋଇଯାଇଛି। ରାଜ୍ୟ ସରକାର ଦ୍ୱାରା ଚୟନ ପ୍ରାର୍ଥୀକୁ ଫୋନ୍ ଜିଓ କନେକ୍ସନ୍ ସହିତ ଦିଆଯିବ। ଏହି ପ୍ରକଳ୍ପକୁ ପୂରା କରିବା ପାଇଁ ୨,୦୦୦-୨,୫୦୦ ଅସ୍ଥାୟୀ ଷ୍ଟାଫଙ୍କୁ ନିୟୋଜିତ କରାଯାଇଛି। ଆଗାମୀ ସପ୍ତାହ ମଧ୍ୟରେ ସମସ୍ତଙ୍କ ପାଖରେ ଏହି ଫୋନ୍ ପହଞ୍ଚିଯିବ। ଜିଓ ପ୍ରବକ୍ତାଙ୍କ କହିବାନୁସାରେ, ଡିଜିଟାଲ ପଦ୍ଧତିକୁ ଆଗାକୁ ବଢ଼ାଇବା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ । ତାଙ୍କ କମ୍ପାନି ଏହି ପ୍ରକଳ୍ପରେ ସାମିଲ ହୋଇ ଖୁସି ଅଛି।

 

ମହିଳାମାନଙ୍କୁ ମାଗଣାରେ ଦିଆଯାଉଥିବା ମାଇକ୍ରୋମ୍ୟାକ୍ସ ଫୋନ୍ର ଡିସ୍ପ୍ଲେ ୪ଇଞ୍ଚର ରହିଛି। ୧ଜିବି ର‌୍ୟାମ୍ ଓ ୮ଜିବି ଇଣ୍ଟରନାଲ ମେମୋରି ରହିଛି, ସେହିପରି ଷ୍ଟୁଡେଣ୍ଟମାନଙ୍କୁ ୫ଇଞ୍ଚ ଡିସପ୍ଲେ ସହିତ ୨ଜିବି ର‌୍ୟାମ୍ ଓ ୧୬ଜିବି ଇଣ୍ଟରନାଲ ମେମୋରି ଥିବା ଫୋନ୍ ଦିଆଯାଉଛି।