ଆମେରିକା-ଭାରତ ସମ୍ପର୍କକୁ ବାଇଡେନଙ୍କ ସମ୍ମାନ

Advertisment
ଆମେରିକା-ଭାରତ ସମ୍ପର୍କକୁ ବାଇଡେନଙ୍କ ସମ୍ମାନ

ଭାରତ ଓ ଯୁକ୍ତରାଷ୍ଟ୍ର ମଧ୍ୟରେ ଥିବା ଦୀର୍ଘ ଦିନର ରାଜିନାମା ଏବଂ ସଫଳ ସମ୍ପର୍କକୁ ରାଷ୍ଟ୍ରପତି ଜୋ ବାଇଡେନ୍‌ ସମ୍ମାନ ପ୍ରଦର୍ଶନ କରିଥିବା କଥା ହ୍ଵାଇଟ୍‌ ହାଉସ୍‌ର ପ୍ରେସ୍‌ ସଚିବ ଜେନ୍‌ ସାକି ଦୈନିକ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକମାନଙ୍କୁ କହିଛନ୍ତି ।

ବାଇଡେନ୍‌ଙ୍କ ଶାସନରେ ଭାରତ-ଯୁକ୍ତରାଷ୍ଟ୍ର ଆମେରିକା ସମ୍ପର୍କ ପ୍ରସଙ୍ଗରେ ପ୍ରଶ୍ନ ଉଠିବାରୁ ସାକି କହିଲେ, ରାଷ୍ଟ୍ରପତି ବାଇଡେନ୍‌ ଅନେକ ଥର ଭାରତ ଯାଇଛନ୍ତି । ଭାରତ ଓ ଯୁକ୍ତରାଷ୍ଟ୍ର ଆମେରିକାର ନେତାଙ୍କ ମଧ୍ୟରେ ହୋଇଥିବା ଦୀର୍ଘ ଦିନର ରାଜିନାମା ଓ ସଫଳ ସମ୍ପର୍କକୁ ସେ ସମ୍ମାନ ପ୍ରଦର୍ଶନ କରିବା ସହ ତାହାର ଗୁରୁତ୍ୱ ମଧ୍ୟ ବୁଝନ୍ତି । ଆଗାମୀ ଦିନରେ ମଧ୍ୟ ତାହା ପୂର୍ବ ଭଳି ଚାଲିବ ।

ଏହି ସମ୍ପର୍କକୁ ଭାରତୀୟ ବଂଶୋଦ୍ଭବ କମଳା ହାରିସ୍‌ ଆହୁରି ସୁଦୃଢ଼ କରିଛନ୍ତି ବୋଲି ସେ କହିଛନ୍ତି । ରାଷ୍ଟ୍ରପତି ତାଙ୍କୁ ମନୋନୀତ କରିଥିଲେ ଏବଂ ଗତକାଲି ସେ ଶପଥ ନେଇଛନ୍ତି । ଏହା ଆମ ସମ୍ପର୍କକୁ ଆହୁରି ସୁଦୃଢ଼ କରିବ ବୋଲି ସାକି ଗୁରୁବାର ଦିନ କହିଛନ୍ତି ।

ଗତ ନଭେମ୍ବର ମାସରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଶେଷ ହେବା ପରଠାରୁ ରାଷ୍ଟ୍ରପତି ବାଇଡେନ୍‌ଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀ ଅନ୍ୟୂନ ଥରଟିଏ କଥାବାର୍ତ୍ତା କରିଛନ୍ତି।

୨୦୧୪ରେ ଆମେରିକାର ଉପରାଷ୍ଟ୍ରପତି ଥିବାବେଳେ ବାଇଡେନ୍‌ ବୈଦେଶିକ ବିଭାଗରେ ଭାରତର ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ସଭାରେ ଆପ୍ୟାୟିତ କରିଥିଲେ। କିନ୍ତୁ, ସେ ସମୟରେ ନବରାତ୍ର ଉପବାସ କରୁଥିବା ମୋଦୀ ଉକ୍ତ ଭୋଜନ ଏଡ଼ାଇ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe