ସମୁଦ୍ରରେ ଦଳଦସ୍ୟୁ ଆତଙ୍କ । ପୁଣି ଅପହରଣ କରିନେଲେ ଜାହାଜ । ଉଦ୍ଧାର କଲା ଭାରତୀୟ ନୌସେନା

Advertisment
ସମୁଦ୍ରରେ ଦଳଦସ୍ୟୁ ଆତଙ୍କ । ପୁଣି ଅପହରଣ କରିନେଲେ ଜାହାଜ । ଉଦ୍ଧାର କଲା ଭାରତୀୟ ନୌସେନା

ଆରବ ସାଗର, ଆଦନ ଉପସାଗର ଓ‌ ଲୋହିତ ସାଗରର କୁଖ୍ୟାତ ସେମାଲିଆ ଜଳଦସ୍ୟୁଙ୍କ କବଳରୁ ଭାରତୀୟ ନୌସେନା ଆଜି ଆଉ ଏକ ଜାହାଜକୁ ଉଦ୍ଧାର କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ଜଳଦସ୍ୟୁଙ୍କ କବଳରୁ ଉଦ୍ଧାର କରାଯାଇଥିବା ଏହା ଦ୍ବିତୀୟ ଇରାନୀ ଜାହାଜ ଅଟେ। ଭାରତୀୟ ନୌସେନା ପକ୍ଷରୁ ଆଜି ଦିଆଯାଇଥିବା ସୂଚନାନୁସ‌ାରେ, ୧୯ଜଣ ପାକିସ୍ତାନୀ କର୍ମଚାରୀଙ୍କୁ ନେଇ ଇରାନର ମାଛଧରା ଜାହାଜ ଅଲ ନାଇମି ଫେରୁଥିବା ବେଳେ ସୋମାଲିଆ ଉପକୂଳର ପୂର୍ବ ତଟରେ ୧୧ ଜଣ ସୋମାଲି ଜଳ‌ଦସ୍ୟୁ ସେମାନଙ୍କୁ ଅପହରଣ କରିନେଇଥିଲେ। ଜାହାଜର ଚାଳକଙ୍କଠାରୁ ସହାୟତା ପାଇଁ ବାର୍ତ୍ତା ପାଇ ସେଠାରେ ମୁତୟନ ଥିବା ଭାରତୀୟ ନୌସେନା ପୋତ ଆଇଏନଏସ୍‌ ସୁମିତ୍ରା ତୁରନ୍ତ ପହଞ୍ଚିଥିଲା ଏବଂ ପ୍ରଭାବୀ ଅପରେସନ ଦ୍ବାରା ଜାହାଜ ଓ ସେଥିରେ ଥିବା ୧୯ କର୍ମଚାରୀଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲା।

ସୂଚନାଯୋଗ୍ୟ ଜାନୁଆରୀ ୨୮ ତାରିଖରେ ଇରାନର ଅନ୍ୟ ଏକ ମାଛଧରା ଜାହାଜ ଇମାନ୍‌ ଓ ଏହାର ୧୭ଜଣ କର୍ମଚାରୀଙ୍କୁ ଆଇଏନଏସ୍‌ ସୁମିତ୍ରା ଉଦ୍ଧାର କରିଥିଲା। ନୌସେନା ପକ୍ଷରୁ କୁହାଯାଇଛି ଯେ ୩୬ ଘଣ୍ଟାରୁ କମ୍‌ ସମୟ ମଧ୍ୟରେ କେରଳର କୋଚି ଠାରୁ ୮୫୦ ନଟିକାଲ ମାଇଲ୍‌ (୧୫୭୪ କିଲୋମିଟର) ଦୂର ଆରବ ସାଗରରେ ଇରାନର ଦୁଇଟି ମାଛଧରା ଜାହାଜକୁ ଉଦ୍ଧାର କରାଯାଇଛି। ମାଛଧରା ଜାହାଜକୁ ଜଳଦସ୍ୟୁମାନେ ଅପହରଣ କରିନେଇ ଏହାକୁ ପଣ୍ୟବାହୀ ଜାହାଜ ଅପହରଣ କରିବା କାର୍ଯ୍ୟରେ ବ୍ୟବହାର କରିଥାନ୍ତି ବୋଲି ନୌସେନା ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe