ଦୁନିଆର ସବୁଠୁ ଓଜନିଆ ଆମ୍ବ । ଜାଣନ୍ତୁ କେଉଁଠି ଚାଷ ହେଉଛି ଏପରି ଆମ୍ବ

127

ଆସିଗଲାଣି ଆମ୍ବ ଋତୁ | ଆପଣଙ୍କ ଅଞ୍ଚଳରେ ବି ପେନ୍ଥାପେନ୍ଥା ଆମ୍ବ ଫଳିଥିବ | ଏହା ବାଦ ବଜାରରେ ବି ଆମ୍ବ ବିକ୍ରି ହେଉଛି | ତେବେ ଆମ୍ବର ଓଜନ କେତେ ହୋଇପାରେ, କେବେ ଭାବିଛନ୍ତି କି ? ଯଦି ନା, ତେବେ ଆଜି ଆମେ ଆପଣଙ୍କୁ ବିଶ୍ୱର ସବୁଠାରୁ ଓଜନିଆ ଆମ୍ବ ବାବଦରେ କହିବୁ | ଯାହାର ଓଜନ ବାବଦରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ | ଏହି ଆମ୍ବର ଓଜନ ୪.୨୫ କିଲୋଗ୍ରାମ ହୋଇଥିବାବେଳେ ଏବେ ଏହା ଗିନିଜ ୱାର୍ଲଡ ରେକର୍ଡରେ ସ୍ଥାନ ପାଇଛି | କଲମ୍ବିଆର ଗୁଆଆଟ୍ ଅଞ୍ଚଳରେ ଜର୍ମାନ୍ ଅର୍ଲାଣ୍ଡୋ ନୋଭୋ ବାରେରା ଏବଂ ରେଇନା ମାରିଆ ମାରାକୁନଙ୍କ ଦ୍ୱାରା ଲଗାଯାଇଥିବା ଗଛରୁ ଏଭଳି ଓଜନିଆ ଆମ୍ବ ଅମଳ ହୋଇଛି |

୨୦୦୯ ମସିହାରେ ୱାର୍ଲଡ ରେକର୍ଡରେ ସ୍ଥାନ ପାଇଥିବା ଓଜନିଆ ଆମ୍ବ (୩.୪୩୫ କିଲୋଗ୍ରାମ)କୁ ଏବେ ଏହି ଆମ୍ବ କାଟିଦେଇଛି | ଜର୍ମାନ୍ କହିଛନ୍ତି ଯେ ତାଙ୍କର ଉଦ୍ଦେଶ୍ୟ ହେଉଛି ଯେ କଲମ୍ବିଆର ଲୋକମାନେ “ନମ୍ର, ପରିଶ୍ରମୀ” ଯେଉଁମାନେ ନିଜ ଜମିକୁ ଭଲ ପାଇବା ସହ ଚାଷ କରନ୍ତି, ଯାହା ଦ୍ୱାରା ଭଲ ଫଳ ମିଳିଥାଏ, ଆଉ ଏହାକୁ ସାରା ବିଶ୍ୱ ଦେଖିବା ଉଚିତ | ଜର୍ମାନ୍ କହିଛନ୍ତି ଯେ ଏହି ଆମ୍ବ ବହୁତ ବଡ଼ ହୋଇଥିବାବେଳେ ଖୁବ ମିଠା |

ତେବେ ବ୍ୟବସାୟିକ ଉଦ୍ଦେଶ୍ୟରେ ସେମାନେ ଆମ୍ବ ଚାଷ କରନ୍ତି ନାହିଁ ବରଂ ନିଜ ପରିବାର ଖାଇବା ପାଇଁ ଆମ୍ବ ଗଛ ଲଗାଯାଇଥିଲା | ଆମ୍ବ ଗଛ ପ୍ରତି ସେମାନଙ୍କ ଭଲ ପାଇବା ଆଜି ଏଭଳି ଫଳ ଦେଇଛି ବୋଲି ସେ କହିଛନ୍ତି |