#MeToo ଜାଲରୁ ବର୍ତ୍ତିନାହାନ୍ତି ଗୁଗଲ୍ କର୍ମଚାରୀ ! ୨ ବର୍ଷ ମଧ୍ୟରେ ୪୮ ଜଣ କର୍ମଚାରୀଙ୍କୁ ବାହାରର ରାସ୍ତା ଦେଖାଇଛି ଗୁଗଲ୍ ।

#MeToo ଜାଲରୁ ବର୍ତ୍ତିନାହାନ୍ତି ଗୁଗଲ୍ କର୍ମଚାରୀ ! ୨ ବର୍ଷ ମଧ୍ୟରେ ୪୮ ଜଣ କର୍ମଚାରୀଙ୍କୁ ବାହାରର ରାସ୍ତା ଦେଖାଇଛି ଗୁଗଲ୍ ।

NewsBeezer

ଗତ ଦୁଇ ବର୍ଷ ମଧ୍ୟରେ ଯୌନ ଉତ୍ପୀଡ଼ନ ଦେଇଥିବା କାରଣରୁ କମ୍ପାନି ତାହାର ୪୮ ଜଣ କର୍ମଚାରୀଙ୍କୁ ବହିଷ୍କାର କରିଥିବା କଥା ଗୁରୁବାର ଦିନ ଗୁଗଲ୍ ଇନକର୍ପୋରେଟେଡର ଚିଫ୍ ଏକଜିକ୍ୟୁଟିଭ୍ ସୁନ୍ଦର ପିଚାଇ କହିଛନ୍ତି। ଗତକାଲି ‘ନ୍ୟୁୟର୍କ ଟାଇମସ୍’ରେ ପ୍ରକାଶିତ ଏକ ଖବରର ଯବାବ ଦେଇ ପିଚାଇ ଗୁଗଲ୍ କର୍ମଚାରୀମାନଙ୍କୁ ଏକ ଇ-ମେଲ୍ ପଠାଇଛନ୍ତି। ଖବରରେ କୁହାଯାଇଛି ଯେ ବିପୁଳ ଅର୍ଥ ଦେଇ ଗୁଗଲ୍ ଯୌନ ଉତ୍ପୀଡ଼ନ ଅଭିଯୋଗ ଆସିଥିବା ତା’ର ତିନି ଜଣ ବରିଷ୍ଠ ଏକଜିକ୍ୟୁଟିଭଙ୍କୁ ସୁରକ୍ଷା ଦେଇଛି।

publive-image

ଇ-ମେଲରେ ଉଲ୍ଲେଖ ଅଛି ଯେ ୪୮ ଜଣ କର୍ମଚାରୀଙ୍କୁ ବହିଷ୍କାର କରାଯାଇଛି। ସେମାନଙ୍କ ମଧ୍ୟରୁ ୧୩ ଜଣ ବରିଷ୍ଠ ପରିଚାଳକ ବା ବରିଷ୍ଠ ପଦବୀରେ ନିଯୁକ୍ତ ଥିଲେ। ସେ କର୍ମଚାରୀମାନଙ୍କୁ କୌଣସି ବିଦାୟକାଳୀନ ଅର୍ଥରାଶି ଦିଆଯାଇ ନାହିଁ ବୋଲି ପିଚାଇ କହିଛନ୍ତି। ଗୁଗଲ୍ ଉପାଧ୍ୟକ୍ଷ (ପିପଲ୍ ଅପରେସନ୍) ଏଇଲିନ୍ ନଟନଙ୍କ ସ୍ୱାକ୍ଷର ଥିବା ଏହି ଇ-ମେଲରେ କୁହାଯାଇଛି ଯେ ଅଶାଳୀନ ବ୍ୟବହାର ବିରୋଧରେ କମ୍ପାନିର କର୍ମଚାରୀମାନେ ଅଭ୍ୟନ୍ତରୀଣ ବ୍ୟବସ୍ଥା ମାଧ୍ୟମରେ ରିପୋର୍ଟ କରିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe