କରୋନା ପରେ ‘ଇବୋଲା’ ଆତଙ୍କ ! ଗୋଟିଏ ଦିନରେ ଗଲା ୪ ଜୀବନ

Advertisment
କରୋନା ପରେ ‘ଇବୋଲା’ ଆତଙ୍କ ! ଗୋଟିଏ ଦିନରେ ଗଲା ୪ ଜୀବନ

ପୁଣି ସାମ୍ନକୁ ଆସିଲା ଇବୋଲା ଆତଙ୍କ । ଟିକା ବାହାରିବା ପରେ ମହାମାରି କରୋନା ଭୂତାଣୁକୁ ଲୋକେ ଟିକେ ଆଶ୍ୱସ୍ତି ହୋଇଥିବା ବେଳେ ଏବେ ଚିନ୍ତା ବଢାଇଛି ଇବୋଲା ଭାଇରସ୍ । ଲୋକଙ୍କୁ ସଂକ୍ରମଣ ହେଉଛି । ଜୀବନ ମଧ୍ୟ ଯାଉଛି ।

ପଶ୍ଚିମ ଆଫ୍ରିକୀୟ ରାଷ୍ଟ୍ର ଗିନିରେ ପୁଣି ଭୟଙ୍କର ଇବୋଲା ରୋଗ ଦେଖାଦେଇଛି । ଏହି ଭୂତାଣୁ ଜନିତ ରୋଗରେ ୭ ଜଣ ପୀଡ଼ିତ ହୋଇଥିବା ଚିହ୍ନଟ ହୋଇଥିବା‌ ବେଳେ ୪ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ରବିବାର ଜଣାପଡ଼ିଛି । ସମଗ୍ର ବିଶ୍ବ ଗତ ପ୍ରାୟ ‌ବର୍ଷେ ହେଲା କରୋନା ମହାମାରୀ ସହ ଲଢ଼ୁଥିବାବେଳେ ଗିନିରେ ଏବେ ଇବୋଲା ରୋଗୀ ଚିହ୍ନଟ ହେବା ସ୍ବାସ୍ଥ୍ୟ ବିଶେଷଜ୍ଞ ଏବଂ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଚିନ୍ତା ବଢ଼ାଇ ଦେଇଛି। ଫଳରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଗିନିକୁ ଜରୁରୀ ସହାୟତାର ହାତ ବଢ଼ାଇଛି । ଆଫ୍ରିକା ପାଇଁ ନିଯୁକ୍ତ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଆଞ୍ଚଳିକ ନିର୍ଦ୍ଦେଶକ ଡ ମାସିଦିସୋ ମୋଏତି ଏକ ବିବୃତିରେ କହିଛନ୍ତି ଗିନିରେ ଇବୋଲା ରୋଗ ବାହାରିବା ଏକ ଗଭୀର ଚିନ୍ତାର ବିଷୟ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe