ବଢୁଛି ସଂକ୍ରମଣ... ବଢୁଛି ଚିନ୍ତା । ୫ଟି ରାଜ୍ୟରେ ଅଚାନକ ସଂକ୍ରମଣ ବୃଦ୍ଧି । ୨୭ ଦିନରେ ଦେଶରେ ସର୍ବାଧିକ ସଂକ୍ରମଣ ଚିହ୍ନଟ

Advertisment
ଦେଶରେ ପୁଣି ବଢୁଛି କରୋନା : ୧ କୋଟି ୨୦ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା । ଏବେ ବି ୫ ଲକ୍ଷ ୪୦ହଜାର ୭୨୦ ଜଣ ସକ୍ରିୟ

ଦେଶରେ ଏବେ ୫ଟି ରାଜ୍ୟରେ ଅଚାନକ କୋଭିଡ୍‌ ସଂକ୍ରମଣ ବୃଦ୍ଧି ପାଇଛି। କେରଳ, ମହାରାଷ୍ଟ୍ର, ପଂଜାବ, ଛତିଶଗଡ଼ ଏବଂ ମଧ୍ୟପ୍ରଦେଶରେ କରୋନା ସଂକ୍ରମଣ ହଠାତ୍‌ ବଢ଼ିବାରୁ ନୂଆ କଟକଣା ଜାରି ହୋଇଛି। ନଭେମ୍ବର ଏବଂ ଡିସେମ୍ବରରେ ଏସବୁ ରାଜ୍ୟମାନଙ୍କରେ ସଂକ୍ରମଣ କମିବାପରେ ଏବେ ପୁଣି ବଢ଼ିଛି। ମହାରାଷ୍ଟ୍ରରେ ଦୈନିକ ସଂକ୍ରମଣ ମାମଲା ଲଗାତାର ବଢ଼ିଚାଲିଛି। ଆଜି ମହାରାଷ୍ଟ୍ରରେ ୬,୧୧୨ ନୂଆ ମାମଲା ଚିହ୍ନଟ ହୋଇଛି। ଅନ୍ୟପକ୍ଷେ ଦେଶରେ ଗତ ୨୭ ଦିନ ମଧ୍ୟରେ ଆଜି ସର୍ବାଧିକ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଜାନୁଆରି ୨୩ ପରେ ପ୍ରଥମ ଥର ପାଇଁ ସଂକ୍ରମଣ ମାମଲା ୧୪ ହଜାର ଟପିଯାଇଛି। ଦିନକ ମଧ୍ୟରେ ୧୪,୦୫୯ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ମୁମ୍ବାଇରେ ଦୈନିକ ସଂକ୍ରମଣ ମାମଲା ୩୭ ପ୍ରତିଶତ ବୃଦ୍ଧି ହୋଇଛି। ଗତକାଲି ମୁମ୍ବାଇରେ ୮୨୩ ସଂକ୍ରମଣ ମାମଲା ରିପୋର୍ଟ କରାଯାଇଥିଲା । ଡିସେମ୍ବର ପରେ ଏହା ସର୍ବାଧିକ ସଂକ୍ରମଣ। ମୁମ୍ବାଇରେ ସଂକ୍ରମଣ ବଢ଼ିବାରୁ କଟକଣା କଡ଼ାକଡ଼ି କରାଯାଇଛି। ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଲୋକେ ନିୟମ ନ ମାନିଲେ ଲକ୍‌ଡାଉନ୍‌ ଫେରିବ ବୋଲି ସରକାର ସତର୍କ କରାଇ ଦେଇଛନ୍ତି।

ମହାରାଷ୍ଟ୍ର ପରି କେରଳରେ ମଧ୍ୟ ସଂକ୍ରମଣ ବଢ଼ୁଛି। ବିଗତ ୨୪ ଘଣ୍ଟା ମଧ୍ୟରେ କେରଳରେ ୪୫୦୫ ମାମଲା ଚିହ୍ନଟ ହୋଇଛି। ଦେଶର ମୋଟ୍‌ ସକ୍ରିୟ ମାମଲାରୁ ୮୫ ପ୍ରତିଶତ ମାମଲା କେବଳ ମହାରାଷ୍ଟ୍ର ଏବଂ କେରଳରେ ରହିଛି। ଅନ୍ୟପକ୍ଷେ ଉପରୋକ୍ତ ୫ ରାଜ୍ୟରେ ୭୮ ପ୍ରତିଶତ ନୂଆ କରୋନା ମୃତ୍ୟୁ ହେଉଥିବା ଜଣାପଡ଼ିଛି। ଗତ ୭ ଦିନରେ ଛତିଶଗଡ଼ ଏବଂ ପଂଜାବରେ ସଂକ୍ରମଣ ବଢ଼ିଛି। ବିଗତ ୨୪ ଘଣ୍ଟା‌ ମଧ୍ୟରେ ପଂଜାବରେ ୩୮୩ ଏବଂ ମଧ୍ୟପ୍ରଦେଶରେ ୨୯୭ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଫେବ୍ରୁଆରି ୧୩ ପରଠାରୁ ମଧ୍ୟପ୍ରଦେଶରେ ସଂକ୍ରମଣ ବୃଦ୍ଧି ପାଇଚାଲିଛି। ଦେଶରେ ବର୍ତ୍ତମାନ ସକ୍ରିୟ ମାମଲା ମୋଟ୍‌ ପଜିଟିଭ୍‌ ମାମଲାର ୧.୩୦ ପ୍ରତିଶତ। ମୋଟ୍‌ ସକ୍ରିୟ ମାମଲା ଏବେ ୧,୪୩,୧୨୭ ରହିଛି। ଅନ୍ୟପକ୍ଷେ ଦେଶରେ ୬୫୬୯ ଜଣଙ୍କ ଠାରେ ରୁପାନ୍ତରିତ କରୋନା ପ୍ରଜାତି ଦେଖିବାକୁ ମିଳିଛି। ସଂକ୍ରମଣ ବଢ଼ିବା ସହ ବିଭିନ୍ନ ଜିଲ୍ଲାମାନଙ୍କରେ କଟକଣା କଡ଼ାକଡ଼ି କରାଯାଇଛି।

ନୂଆଦିଲ୍ଲୀ : ୩୪ ଦିନ ମଧ୍ୟରେ ଭାରତ ୧ କୋଟିରୁ ଅଧିକ ହିତାଧିକାରୀଙ୍କୁ ଟିକା‌ ଡୋଜ୍‌ ଦେଇଛି। ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଭାରତ ସ୍ବାସ୍ଥ୍ୟକର୍ମୀ ଏବଂ ଆଗଧାଡ଼ିର କର୍ମୀମାନଙ୍କୁ ୧ କୋଟିରୁ ଅଧିକ ଟିକା ଡୋଜ୍‌ ଦେଇଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଆମେରିକା ପରେ ବିଶ୍ବରେ ଦ୍ବିତୀୟ ରାଷ୍ଟ୍ର ଭାବେ ଭାରତ ସର୍ବାଧିକ ଟିକା ଡୋଜ୍‌ ଦେଇଛି। ସେହିପରି ଦୈନିକ ଟିକାକରଣ ସେସନ୍‌କୁ ଭାରତ ବୃଦ୍ଧି କରିଛି। ଏବେ ଭାରତରେ ଦୈନିକ ଟିକାକରଣ ସେସନ୍‌ ହାରାହାରି ୧୦ ହଜାର ଥିବାବେଳେ ଏହାକୁ ୪୦,୦୦୦-୫୦,୦୦୦କୁ ବୃଦ୍ଧି କରିବାପାଇଁ ଯୋଜନା ହୋଇଛି। ଭାରତ ୧.୦୪ କୋଟି ଟିକାକରଣ ପାଇଁ ୩୪ ଦିନ ନେଇଛି। ଶୁକ୍ରବାର ସୁଦ୍ଧା ୭,୫୬,୯୪୨ ଜଣଙ୍କୁ କୋଭିଡ୍‌ ଟିକାର ଦ୍ବିତୀୟ ମାତ୍ରା ଦିଆଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe