କଲିକତାରୁ ବୁଲେଟ ଟ୍ରେନ ଚଳାଇବା ପାଇଁ ଚୀନ ଦେଖାଇଲା ଆଗ୍ରହ ! କନମିଙ୍ଗରୁ-କଲିକତାକୁ ସଂଯୋଗ କରିବା ପାଇଁ ପ୍ରସ୍ତାବ

47

କନକ ବ୍ୟୁରୋ : ଚୀନ୍ ଓ ଭାରତ ମଧ୍ୟରେ ଯୋଗସୂତ୍ରୀୟ ଓ ବାଣିଜ୍ୟିକ ସମ୍ପର୍କ ସମ୍ବନ୍ଧରେ ଏକ ସମ୍ମିଳନୀରେ ଉଦବୋଧନ ଦେଇ ଝାନ୍ଉ କହିଛନ୍ତି କୋଲକାତାରୁ କୁନମିଙ୍ଗ ମଧ୍ୟରେ ବୁଲେଟ୍ ଟ୍ରେନ୍ ଚଳାଇବାକୁ ଆମେ ଆଗ୍ରହୀ। ସମଗ୍ର ଏସିଆ ଯୋଡି ହୋଇଯିବ। ଯଦି ରେଳ ସଂଯୋଗ ସମ୍ଭବ ହୁଏ ତେବେ କୁନମିଙ୍ଗ ରୁ କୋଲକାତା ପହଞ୍ଚିବାକୁ ମାତ୍ର ଅଳ୍ପ କେଇ ଘଣ୍ଟା ଲାଗିବ ବୋଲି ସେ ଗୁରୁତ୍ୱ ଦେଇ କହିଛନ୍ତି। ସେ ଯାହାହେଉ, ଚୀନ୍ କୂଟନୀତିଜ୍ଞ ରେଳପଥର ସବିଶେଷ ତଥ୍ୟ ଦେଇ ନାହାନ୍ତି ।

 

ଏହା ପ୍ରସ୍ତାବିତ ବାଂଲାଦେଶ-ଚୀନ୍-ଭାରତ-ମିଆଁମାର (ବିସିଆଇଏମ୍) ଅର୍ଥନୈତିକ କରିଡର୍କୁ ଏହା ଅନୁସରଣ କରିବ କି, ନାହିଁ ତାହା ମଧ୍ୟ କହି ନାହାନ୍ତି। ମିଆଁମାର ମାଣ୍ଡାଲେ, ଚିଟ୍ଟାଗଙ୍ଗ୍ ଏବଂ ବାଂଲାଦେଶର ଢାକା ମଧ୍ୟରେ ଦେଇ କୋଲକାତାରେ ସରିବ ବୋଲି ଯୋଜନା ହୋଇ ନାହିଁ ତ। ଝାନ୍ଉ ଭାରତକୁ ଏକ ଉଦୀୟମାନ ଅର୍ଥନୀତି ବୋଲି ବର୍ଣ୍ଣନା କରି କହିଲେ ଯେ ପଡ଼ୋଶୀମାନଙ୍କ ସହ ଦୃଢ଼ ସମ୍ପର୍କ ଚାହେଁ ଚୀନ୍। ସେ ଆହୁରି କହିଲେ କି, ଟଙ୍କାର ମୂଲ୍ୟରେ ଅବନତି ଘଟିଥିଲେ ବି, ଭାତରୀୟ ଅର୍ଥନୀତିର ଉତ୍ଥାନ ଅଦମନୀୟ।