ଆଜି ଭାରତ-ଆଫଗାନିସ୍ତାନ ଶେଷ ଟି-୨୦ । ସିରିଜ୍ ମୂଳପୋଛ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ । ଟି-୨୦ ବିଶ୍ୱକପ୍ ପୂର୍ବରୁ ଶେଷ ଟି-୨୦ ଖେଳିବ ରୋହିତ ବାହିନୀ ।

125

କନକ ବ୍ୟୁରୋ : ଆଜି ଭାରତ-ଆଫଗାନିସ୍ତାନ ଶେଷ ଟି-୨୦, ସିରିଜ୍ ମୂଳପୋଛ ଲକ୍ଷ୍ୟରେ ରୋହିତ ବାହିନୀ । ପୂର୍ବ ଦୁଇଟି ମ୍ୟାଚରେ ସହଜ ବିଜୟ ସହ ଟିମ୍ ଇଣ୍ଡିଆ ସିରିଜ କବଜା କରି ସାରିଥିବା ବେଳେ ବାଙ୍ଗାଲୋରରେ ଖେଳାଯିବାକୁ ଥିବା ଶେଷ ମ୍ୟାଚ ଜିତି ଭାରତ ସିରିଜ ମୂଳପୋଛ ଲକ୍ଷ୍ୟରେ ରହିଛି । ଟି-୨୦ ବିଶ୍ୱକପ୍ ପୂର୍ବରୁ ଟିମ୍ ଇଣ୍ଡିଆର ଏହା ଶେଷ ଟି-୨୦ ମ୍ୟାଚ, ତେଣୁ ଏହି ଶେଷ ମ୍ୟାଚରେ ଦଳ ପକ୍ଷରୁ ପରୀକ୍ଷାମୂଳକ ନିଷ୍ପତି ନିଆଯାଇପାରେ ।

ବିଶ୍ୱକପକୁ ଆଉ ୫ ମାସ ସମୟ ବାକି ରହିଛି । କିନ୍ତୁ ଏହି ସିରିଜ ପରେ ଆଇପିଏଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଖେଳାଳିଙ୍କ ପ୍ରଦର୍ଶନ ବେଶ ଗୁରୁତ୍ୱ ବହନ କରୁଛି । ଶେଷ ମ୍ୟାଚରେ ସଞ୍ଜୁ ସାମସନ, କୁଳଦୀପ ଯାଦବ ଓ ଅବେଶ ଖାନଙ୍କ ମଧ୍ୟରୁ ଜଣକୁ ଖେଳାଇପାରନ୍ତି ରୋହିତ । ସେହିପରି ଗତ ମ୍ୟାଚରେ ୨୦୦ ଟି-୨୦ ୱିକେଟ ପୂରଣ କରିଥିବା ଅକ୍ଷର ପଟେଲଙ୍କୁ ମଧ୍ୟ ଶେଷ ମ୍ୟାଚରେ ସୁଯୋଗ ମିଳିପାରେ । ଅପରପକ୍ଷେ ଆଫଗାନିସ୍ତାନ ବୋଲର ଭାରତୀୟ ବ୍ୟାଟରଙ୍କୁ ନିୟନ୍ତ୍ରଣରେ ରଖିବାକୁ ସଂଘର୍ଷ କରି ଆସୁଛନ୍ତି । ଶେଷ ମ୍ୟାଚ ଜିତି ସମ୍ମାନ ବଞ୍ଚାଇବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବାକୁ ରଣନୀତି ପ୍ରସ୍ତୁତ କରିଛି ଆଫଗାନିସ୍ତାନ ।