କେଏଲ ରାହୁଲଙ୍କ ଅର୍ଦ୍ଧଶତକ: ୧୮୬ ରନରେ ଭାରତ ଅଲଆଉଟ, ବାଂଲାଦେଶ ଆଗରେ ୧୮୭ ରନ ଟାର୍ଗେଟ

115

କନକ ବ୍ୟୁରୋ: ଆଜି ଭାରତ-ବାଂଲାଦେଶ ପ୍ରଥମ ଦିନିକିଆ ମ୍ୟାଚ । ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୧୮୬ ରନ କରିଥିଲା । ଫଳରେ ଏବେ ବାଂଲାଦେଶ ଆଗରେ ୧୮୭ ରନ ଟାର୍ଗେଟ ରହିଛି । ଏହି ମ୍ୟାଚ ଜିତିବାକୁ ହେଲେ ବାଂଲାଦେଶକୁ ନିର୍ଦ୍ଧାରିତ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରିବାକୁ ପଡିବ । ଏହି ମ୍ୟାଚରେ ଭାରତ ପକ୍ଷରୁ କେଏଲ ରାହୁଲ ୭୩ ରନର ଦମଦାର ଇଂନିସ ଖେଳିଥିଲେ ।

ଏହି ମ୍ୟାଚରେ ବାଂଲାଦେଶ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଭାରତ ବ୍ୟାଟିଂ ପାଇଁ ମୈଦାନକୁ ଆସିଥିଲା । ହେଲେ ବଡ ସ୍କୋର କରିବାରେ ବିଫଳ ହୋଇଥିଲା ଦଳ । ସାକିବ ଉଲ ହାସନ ଓ ଇବାଦୋତ ହୁସେନ ଚମତ୍କାର ବୋଲିଂ କରିଥିଲେ । ଫଳରେ ଭାରତ ୪୧ ଓଭର ଖେଳି ୧୮୬ ରନରେ ଇଲ ଆଉଟ ହୋଇଯାଇଥିଲା । ଭାରତ ପକ୍ଷରୁ କେଏଲ ରାହୁଲ ୭୩, ରୋହିତ ଶର୍ମା ୨୭, ଶ୍ରେୟାସ ଆୟର ୨୪ ରନ କରିଥିଲେ ।