ଷ୍ଟାର୍କଙ୍କ ଘାତକ ବୋଲିଂ: ୧୧୭ ରନରେ ଭାରତ ଅଲଆଉଟ, ଅଷ୍ଟ୍ରେଲିଆ ଆଗରେ ୧୧୮ ରନର ବିଜୟ ଲକ୍ଷ୍ୟ

170

କନକ ବ୍ୟୁରୋ: ଆଜି ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଦିନିକିଆ ମ୍ୟାଚ । ଏହି ମ୍ୟାଚରେ ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ଷ୍ଟାର୍କ ଘାତକ ବୋଲିଂ କରିଛନ୍ତି । ଫଳରେ ଭାରତ ମାତ୍ର ୧୧୭ ରନରେ ଅଲଆଉଟ ହୋଇଯାଇଛି । ଏବେ ଅଷ୍ଟ୍ରେଲିଆକୁ ଜିତିବାକୁ ହେଲେ ୧୧୮ ରନର ବିଜୟ ଲକ୍ଷ୍ୟ ପୂରଣ କରିବାକୁ ହେବ । ଏହି ୩ଟିକିଆ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି ।

ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଆଉ ବ୍ୟାଟିଂ ଆରମ୍ଭ କରିଥିଲା ଭାରତ । ହେଲେ କଙ୍ଗାରୁ ଦଳର ଘାତକ ବୋଲିଂ ଆଗରେ ତିଷ୍ଠି ପାରିନଥିଲା ଭାରତୀୟ ଦଳ । ୪ ଜଣ ବ୍ୟାଟ୍ସମ୍ୟାନଙ୍କୁ ଛାଡିଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ୨ ଅଙ୍କ ଛୁଇଁ ପାରିନଥିଲେ । ଭାରତ ପକ୍ଷରୁ ବିରାଟ କୋହଲି ୩୧, ଅକ୍ଷର ପଟେଲ ୨୯, ରବିନ୍ଦ୍ର ଜାଡେଜା ୧୬, ରୋହିତ ଶର୍ମା ୧୩ କରିଥିଲେ । ଫଳରେ ଦଳ ୨୬ ଓଭରରେ ୧୧୭ ରନ କରି ଅଲଆଉଟ ହୋଇଯାଇଥିଲା ।