ଖଡ଼ଗେଙ୍କ ଘରେ ଇଣ୍ଡିମେଂଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ଏନଡିକୁ ରୋକିବାକୁ ବିରୋଧୀଙ୍କ କସରତ, ଜେଡିୟୁ, ଟିଡିପିକୁ ମନାଇପାଇଁ ପ୍ରୟାସ ଜାରି

Advertisment
ଖଡ଼ଗେଙ୍କ ଘରେ ଇଣ୍ଡିମେଂଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ଏନଡିକୁ ରୋକିବାକୁ ବିରୋଧୀଙ୍କ କସରତ, ଜେଡିୟୁ, ଟିଡିପିକୁ ମନାଇପାଇଁ ପ୍ରୟାସ ଜାରି

କନକ ବ୍ୟୁରୋ ; ଗୋଟେ ପଟେ ଏନଡିର ବୈଠକ ସରିଥିବାବେଳେ ଅନ୍ୟପଟେ ଦିଲ୍ଲୀ ଦରବାରରେ ବସିଛି ଇଣ୍ଡି ମେଂଟର ବୈଠକ । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବାସଭବନରେ ବୈଠକ ଜାରି ରହିଛି । ବିରୋଧୀ ମେଂଟର ସହଯୋଗୀମାନେ ଦିଲ୍ଲୀରେ ପହଁଚି ବୈଠକରେ ସାମିଲ ହୋଇଛନ୍ତି । ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମେତ ସହଯୋଗୀ ଦଳର ମୁଖ୍ୟ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗ ଦେଇଛନ୍ତି । ସବୁଠୁ ବଡ କଥା ହେଉଛି ଲୋକସଭା ନିର୍ବାଚନରେ ମେଂଟକୁ ମିଳିଛି ଅପୂର୍ବ ସଫଳତା । ଯାହା ପାଇଁ ମେଂଟ ବେଶ ଉତ୍ସାହିତ ରହିଛି । ଟିଡିପି ଓ ଜେଡିୟକୁ ମନାଇବା ପାଇଁ ମେଂଟ ଚାହୁଁଛି । ତେଣୁ ଆଜିର ବୈଠକରେ ଏନେଇ ଚର୍ଚ୍ଚା ହୋଇଥିବ ସୂଚନା ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe