କେଜ୍ରିୱାଲଙ୍କ ଗିରଫ ବିରୋଧରେ INDIA ମେଣ୍ଟ କରିବ ମେଗା ରାଲି । ତାରିଖ ଘୋଷଣା କଲେ ଆପ୍-କଂଗ୍ରେସ ।

167

କନକ ବ୍ୟୁରୋ: ଆଗାମୀ ନିର୍ବାଚନ ପୂର୍ବରୁ ମେଗା ରାଲି କରିବେ ଆପ୍ ଓ କଂଗ୍ରେସ । ଇଣ୍ଡିଆ ମେଣ୍ଟ ବ୍ୟାନରରେ ଦିଲ୍ଲୀ ରାମଲୀଲା ମୈଦାନରେ ମାର୍ଚ୍ଚ ୩୧ ତାରିଖରେ ଏହି ରାଲି କରିବାକୁ ଘୋଷଣା କରିଛନ୍ତି ଉଭୟ ଆପ୍- କଂଗ୍ରେସ ।

ସାମ୍ବାଦିକ ସମ୍ମିଳନୀ କରି ଆପ୍ ନେତା କହିଛନ୍ତି, ‘ ଦେଶ ଭିତରେ ପ୍ରଧାନମନ୍ତ୍ରୀ ଯେଉଁଭଳି ଭାବେ ଏକଛତ୍ରବାଦୀ ତରିକା ଆପଣାଉଛନ୍ତି ତା ଦ୍ୱାରା ଦେଶରେ ଗଣତନ୍ତ୍ରର ହତ୍ୟା ହେଉଛି । ଯେପରି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରାଯାଇ ଜେଲ ପଠାଗଲା ସେଥିରେ ଦେଶର ସମ୍ବିଧାନକୁ ଭଲପାଉଥିବା ଲୋକଙ୍କ ମନରେ ଆକ୍ରୋଶ ସୃଷ୍ଟି ହୋଇଛି । ଦେଶରେ ଜଣ ଜଣ କରି ବିରୋଧୀ ନେତାଙ୍କର ମୂଳୋତ୍ପାଟନ କରାଯାଉଛି, ଏଜେନ୍ସିକୁ ବ୍ୟବହାର କରି , ବିଧାୟକଙ୍କୁ କିଣି, ମିଥ୍ୟା ମାମଲା ଦାଏର କରି ଗିରଫ କରାଇ ଷଡଯନ୍ତ୍ର କରୁଛନ୍ତି ମୋଦୀ । ଏହା କେବଳ କେଜ୍ରିୱାଲଙ୍କ କଥା ନୁହେଁ ଏହା ପୂର୍ବରୁ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ପଶ୍ଚିମବଙ୍ଗର ଏକାଧିକ ମନ୍ତ୍ରୀଙ୍କ ବିରୋଧରେ ମିଥ୍ୟା ମାମଲା ଦ,ଣ କରି ଗିରଫ କରାଉଛନ୍ତି ସରକାର’ । ଏହା ବିରୋଧରେ ସାରା ଦେଶରେ ପ୍ରଦର୍ଶନ ହେବ ବୋଲି କହିଛନ୍ତି ଆପ୍ ନେତା ।