କନକ ବ୍ୟୁରୋ: ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ପରେ ପ୍ରଥମ ଥର ପାଇଁ ଆଜି ବସୁଛି ଇଣ୍ଡିଆ ମେଣ୍ଟର ବୈଠକ । ବୈଠକ ପୂର୍ବରୁ ଗତକାଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟି ଆଲୋଚନା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

Advertisment

ସେହିପରି ପର୍ଯ୍ୟାୟକ୍ରମେ ଜଣେ ପରେ ଜଣେ ନେତା ଦିଲ୍ଲୀରେ ପହଞ୍ଚିିଛନ୍ତି । ୩ଟି ରାଜ୍ୟରେ ବିଜେପିକୁ ମିିଳିଥିବା ସଫଳତା, ବିରୋଧୀ ମେଣ୍ଟ ପାଇଁ ବଡ଼ ଚ୍ୟାଲେଞ୍ଜ ଭାବରେ ଛିଡ଼ା ହୋଇଛି । ସେହିପରି କଂଗ୍ରେସର ସ୍ଥିତି ନେଇ ମଧ୍ୟ ଆଜିର ବୈଠକରେ ଆଲୋଚନା ହୋଇପାରେ । ଅନ୍ୟପଟେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଅଧ୍ୟକ୍ଷତା ବସିଛି ବିରୋଧୀ ଦଳ ନେତାଙ୍କୁ ନେଇ ବୈଠକ । ୫ବିଧାନସଭା ନିର୍ବାଚନ ଫଳାଫଳ ବାହରିବା ପରେ ମେଣ୍ଟ ବୈଠକ ପାଇଁ ଯୋଜନା ହାଇଥିଲେ ବି ଶେଷ ସମୟରେ ବାତିଲ କରାଯାଇଥିଲା । ଅନେକ ଦଳର ନେତା ପହଁଚିପାରିନଥିବାରୁ ବୈଠକରୁ ସ୍ଥଗିତ ରଖାଯାଇଥିଲା । ସେପଟେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ କହିଛନ୍ତି ବିରୋଧୀ ମେଣ୍ଟ ଆଗାମୀ ନିର୍ବାଚନରେ ବିଜେପି ସରକାରଙ୍କୁ ଶାସନରୁ ହଟେଇବ ।