କନକ ବ୍ୟୁରୋ : ଶନିବାର ବସିବ ଇଣ୍ଡିଆ ମେଂଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ମଲ୍ଲିକାର୍ଜୁନ ଖଡଗେଙ୍କୁ ସଭାପତି, ନୀତିଶ କୁମାରଙ୍କୁ ମିଳିପାରେ ସଂଯୋଜକ ଦାୟିତ୍ୱ । ଲୋକସଭା ନିର୍ବାଚନ ପାଇଁ ସିଟ୍ ଭାଗବଂଟା ଉପରେ ଆସିପାରେ ବଡ଼ ନିଷ୍ପତି । ଭିଡିଓ କନଫରେନ୍ସି ଜରିଆରେ ବସିବାକୁ ଥିବା ଏହି ବୈଠକରେ ୨୦ରୁ ଅଧିକ ବିରୋଧୀ ଦଳ ଯୋଗଦେବେ । ନ୍ୟାସନାଲ ଆଲାଏନ୍ସ କମିଟି ସିଟ୍ ଭାଗବଂଟା ନେଇ ବିଭିନ୍ନ ଦଳ ସହ ଆଲୋଚନା ଜାରି ରଖିଥିବା ବେଳେ ଏହା ଉପରେ ମେଂଟ ବୈଠକରେ ଆଲୋଚନା କରାଯିବ । ଏହି କମିଟି ବର୍ତ୍ତମାନ ପର୍ଯ୍ୟନ୍ତ ମହାରାଷ୍ଟ୍ରର ଉଦ୍ଧବ ଠାକରେ ଶିବସେନା ଗୋଷ୍ଠୀ, ଏନସିପି, ଆମ ଆଦମୀ ପାର୍ଟି ଏବଂ ସମାଜବାଦୀ ପାର୍ଟି ସହ ଆଲୋଚନା କରିଛି । ଏହାରି ମଧ୍ୟରେ ସିଟ୍ ଭାଗବଂଟାକୁ ନେଇ କଂଗ୍ରେସ ଏବଂ ଟିଏମସି ମଧ୍ୟରେ ବିବାଦ ସାମ୍ନାକୁ ଆସିଛି । ପଶ୍ଚିମବଙ୍ଗରେ ମମତାଙ୍କ ଟିଏମସି କଂଗ୍ରେସକୁ କେବଳ ୨ଟି ସିଟ୍ ଦେବାକୁ ରାଜି ହୋଇଥିବା ବେଳେ ଏହାକୁ ନେଇ ଦୁଇ ଦଳଙ୍କ ମଧ୍ୟରେ ତୁତୁ ମେଁ ମେଁ ଜାରି ରହିଛି ।
ଶନିବାର ବସିବ ଇଣ୍ଡିଆ ମେଣ୍ଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ୧୪ଦଳର ମୁଖ୍ୟ ଦେବେ ଯୋଗ, ଜେଡିୟୁ ମୁଖିଆ ନୀତୀଶ କୁମାରଙ୍କୁ ମିଳିପାରେ ବଡ ଦାୟିତ୍ୱ
/kanak/media/post_attachments/wp-content/uploads/2024/01/27-11.jpg)