କନକ ବ୍ୟୁରୋ : ଅନାସ୍ଥା ପ୍ରସ୍ତାବ ଖାରଜ ହେବା, ଦିଲ୍ଲୀ ଅଧ୍ୟାଦେଶ ପାରିତ ହେବା ପରେ ଏବେ ପୁଣିଥରେ ମୋଦୀ ବିରୋଧୀ ମୁମ୍ବାଇରେ ଏକାଠି ହୋଇଛନ୍ତି । ୨୦୨୪ରେ ଦିଲ୍ଲୀ ଦଖଲ ପାଇଁ ଏହି ବୈଠକ ଗୋଟିଏ ବଡ ନିଷ୍ପତି ନେବ ବୋଲି କୁହାଯାଉଛି । ତେଣୁ ଦେଶର ମୋଦୀ ବିରୋଧୀ ତଥା ବିଜେପି ବିରୋଧୀ ଦଳର ପ୍ରମୁଖ ନେତା ଏକାଠି ହୋଇଛନ୍ତି । ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ବୈଠକକୁ ନେଇ ଏବେ ସାରା ଦେଶର ନଜର ରହିଛି । ଏହି ବୈଠକର ପ୍ରମୁଖ ଆକର୍ଷଣ ହେଉଛି ୨୬ରୁ ଅଧିକ ଦଳ ଇଣ୍ଡିଆ ମେଂଟରେ ରହିଛିନ୍ତି ବୋଲି ଦାବି ହେଉଛି । ତେଣୁ ଏହି ସବୁ ଦଳକୁ ଗୋଟିଏ ଛତା ତଳେ ରଖିବାକୁ କିଏ ନେତୃତ୍ୱ ନେବେ ଅର୍ଥାତ ସଂଯୋଜକ କିଏ ହେବେ । ନୀତୀଶ କୁମାର, ମଲ୍ଲିକାର୍ଜୁନ ଖଡଗେଙ୍କ ନାଁ ଚର୍ଚ୍ଚା ହେଉଥିବା ବେଳେ ଏବେ କାହାର ନା ଉପରେ ମୋହର ମାରିବେ ତାହା ଉପରେ ରହିଛି ନଜର । କିନ୍ତୁ ବିଜେପି କହିଛି ନିଜ ନିଜ ସ୍ୱାର୍ଥ ପାଇଁ ବିରୋଧୀ ଏକାଠି ହେଉଛନ୍ତି । ଇଣ୍ଡିଆ ମେଂଟ ଉଡାଣ ପୂର୍ବରୁ ବିଫଳ ହେବ ।

Advertisment

ରାହୁଲ ଗାନ୍ଧୀ, ମମତା ବାନାର୍ଜୀ, ଅରବିନ୍ଦ କେଜ୍ରିୱାଲ, ଶରଦ ପାୱାର, ନୀତୀଶ କୁମାର । ବିରୋଧୀ ଇଣ୍ଡିଆ ମେଂଟରେ ଏହି ସବୁ ଭେଟେରାନ ନେତା ରହିଛନ୍ତି । ସମସ୍ତେ ପ୍ରଧାନମନ୍ତ୍ରୀ ହେବାକୁ ଆଶୀୟ ଅଛନ୍ତି । ଏପରି ସ୍ଥିତିରେ ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ହେବେ କିଏ ହେବେ ସେନେଇ ଚର୍ଚ୍ଚା ବଢିଛି । ବିରୋଧୀ କହିଛନ୍ତି, ଯିଏ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ସେ ମୋଦୀଙ୍କଠୁ ଅଧିକ ନମ୍ର ଏବଂ ଦେଶଭକ୍ତ ହେବେ ବୋଲି ଆଭାସ ଦେଇଛନ୍ତି    । ଏପରି ସ୍ଥିତିରେ କିଏ ହେବ ପ୍ରଧାନମନ୍ତ୍ରୀ ଚେହେରା ତାକୁ ନେଇ ଚର୍ଚ୍ଚା ବଢିଛି ।

ବିରୋଧୀ ଏକାଠି ହୋଇ ଆଗାମୀ ଦିନରେ ଗୋଟିଏ ମଜବୁତ ମେଂଟ ତିଆରି କରିବାକୁ ବିରୋଧୀ ରଣନୀତି ତିଆରି କରୁଛନ୍ତି । ଏପରି ସ୍ଥିତିରେ ଏହାକୁ ଭଣ୍ଡୁର କରିବାକୁ ସରକାର ଆଗୁଆ ନିର୍ବାଚନ କରିବାକୁ ଯୋଜନା କରିପାରନ୍ତି ।