କନକ ବ୍ୟୁରୋ: ୨୦୨୪ ଲୋକସଭା ନିର୍ବାଚନକୁ ନେଇ ଇଣ୍ଡିଆ ମେଣ୍ଟ ସକ୍ରିୟ ହେବାରେ ଲାଗିଛି । ମେଣ୍ଟର ତୃତୀୟ ବୈଠକ ମୁମ୍ବାଇରେ ଅନୁଷ୍ଠିତ ହେବ । ଏଥିପାଇଁ ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି । ବର୍ତ୍ତମାନ ସୁଦ୍ଧା ୨୬ ବିରୋଧୀ ଦଳ ଏଥିରେ ସାମିଲ ହୋଇଛନ୍ତି । ମୁମ୍ବାଇରେ ବୈଠକରେ ଯୋଗଦେବା ପାଇଁ ମହାରାଷ୍ଟ୍ର ଶତକାରୀ ସଂଗଠନକୁ ଆମନ୍ତ୍ରଣ କରାଯାଇଛି । ଏନେଇ ଔପଚାରିକ ଭାବେ କୌଣସି ପ୍ରକାର ଘୋଷଣା କରାଯାଇନାହିଁ । ବିଶେଷ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଏହି ବୈଠକରେ ପ୍ରଦେଶ ସ୍ତରରେ ମେଣ୍ଟ ପାଇଁ ସବକମିଟି ଏବଂ ସାମୁହିକ ବୈଠକ ନେଇ ନିଷ୍ପତ୍ତି ନିଆଯିବ ।

Advertisment

ସେହିଭଳି ଇଣ୍ଡିଆ ମେଣ୍ଟର ମୁମ୍ବାଇ ବୈଠକରେ ରାଷ୍ଟ୍ରୀୟ ଆବାହକ ପଦ ନେଇ ମଧ୍ୟ ଫଇସଲା ହୋଇପାରେ । ଏହା ଉପରେ ସମସ୍ତଙ୍କ ଫୋକସ ରହିଛି । ଏହି ପଦକୁ ନେଇ କିଛି ନେତାଙ୍କ ମଧ୍ୟରେ ବିରୋଧାଭାସ ଦେଖିବାକୁ ମିଳିଛି । ଏହା ଛଡା ଆଠଟି ଦଳ ଏହି ମେଣ୍ଟରେ ସାମିଲ ହେବାକୁ ଚାହୁଁଛନ୍ତି । ଏଥିରେ ଆସାମରୁ ୩ଟି ଦଳ ପଞ୍ଚାବ ଏବଂ ଉତ୍ତରପ୍ରଦେଶର ଗୋଟିଏ ଲେଖାଏ ଦଳ ସାମିଲ ହୋଇଛନ୍ତି । ଏହି ବୈଠକରେ ଅନ୍ତିମ ନିଷ୍ପତ୍ତି ନେବାର ସୂଚନା ମିଳିଛି ।